କାନ୍ଝାରୀ ବାମ କେନାଲରେ ଘାଈ: ସପ୍ତାହେ ବନ୍ଦ ରହିବ ପାଣି ଯୋଗାଣ
କେନ୍ଦୁଝର : କାନଝାରୀ ମଧ୍ୟମ ଜଳଭଣ୍ଡାରରୁ ଯାଇଥିବା ବାମ କେନାଲରେ ଏକ ଛୋଟ ଘାଇ ସୃଷ୍ଟି ହୋଇଛି । ସଦର ବ୍ଲକ ତାଳପଦା ଗ୍ରାମ ପଂଚାୟତ ଅନ୍ତର୍ଗତ ଛେମୁଡିବିଲ ନିକଟ ବଗାଲ ଠାରେ ବାମ କେନାଲରେ ଆଜି ସକାଳେ ଏକ ଛୋଟ ଘାଇ ସୃଷ୍ଟି ହେବା କେନାଲରେ ଜଳ ଯୋଗାଣ ବନ୍ଦ ରହିଛି । ଗତ ୨ ସପ୍ତାହ ଧରି ଲଗାଣ ବର୍ଷା ଫଳରେ କେନାଲର ଡାହାଣ ପାଶ୍ୱର୍ ଦୁର୍ବଳ ହୋଇ ଏକ ଘାଇ ସୃଷ୍ଟି ହୋଇ କେନାଲ ବେଡରେ ପାଣି ନିଷ୍କାସନ ହେଉଛି । କେନାଲ ମରାମତି ପାଇଁ ବାମ ପଟ କେନାଲରେ ଜଳ ଯୋଗାଣ ବନ୍ଦ କରାଯାଇଛି । ୧ ସପ୍ତାହ ମଧ୍ୟରେ ଏହାର ସ୍ଥାୟୀ ମରାମତି କରାଯାଇ ପୂର୍ବପରି କେନାଲରେ ଜଳ ଯୋଗାଣ କରାଯିବ ବୋଲି କାନଝାରୀ ଏସଡିଓ ଚର୍ତୁଭୂଜ ନାଏକ କହିଛନ୍ତି । ଏହି ସମୟରେ ମଧ୍ୟରେ କେନାଲରେ ଜଳଯୋଗାଣ ବନ୍ଦ ରହୁଥିବାରୁ ଚାଷୀମାନେ ସହଯୋଗ କରିବାକୁ ବିଭାଗ ପକ୍ଷରୁ ନିବେଦନ କରାଯାଇଛି ।