କାର ଓଲଟି ୨ ଗୁରୁତର
ବାଲିଅନ୍ତା : ଗତକାଲି ବିଳମ୍ବିତ ରାତିରେ ଧଉଳି ଥାନା ଦୟାସେତୁ ଉପରେ ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇ ଓଲଟି ପଡିଥିଲା । ଫଳରେ ଏଥିରେ ବସିଥିବା ଚାଳକ ସମେତ ୨ ଜଣ ଗୁରୁତର ଆହତ ହୋଇଥିଲେ । ଆହତଙ୍କ ମଧ୍ୟରୁ ଜଣେ ରାଜସ୍ଥାନର ବୋଲି ଜଣାପଡିଛି । ପୁଲିସ ଦୁର୍ଘଟଣାଗ୍ରସ୍ତ କାରକୁ ଉଦ୍ଧାର କରି ତଦନ୍ତ ଚଳାଇଛି । ଖବରନେବାରେ ଜଣାପଡିଛି ଗତକାଲି ରାତିରେ ଏକ କାର ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିଲେ । ରାତି ପ୍ରାୟ ୨ ଟାରେ କାରଟି ଦୟାସେତୁ ଉପରେ ଯାଉଥିବା ବେଳେ ଅସାବଧାନତାବଶତଃ ସେତୁର ଡିଭାଇଡ଼ରରେ ଧକ୍କା ହୋଇଥିଲା । ଫଳରେ କାରଟି ଭାରସାମ୍ୟ ହରାଇ ସେତୁ ଉପରେ ଓଲଟି ପଡ଼ିଥିଲା । ଖବରପାଇ ରାତି ପଇଁତରା ଗାଡି ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ରୋଗୀବୁହା ଯାନ ଯୋଗେଁ ରାଜଧାନୀ ଚିକିସôାଳୟରେ ଭର୍ତ୍ତି କରିଥିଲେ । ସେମାନଙ୍କ ଅବସ୍ଥା ସୁସ୍ଥ ଥିବା ପୁଲିସ କହିଛି ।