ଭଙ୍ଗାହେଲା ବେଆଇନ ଇଟାଭାଟି

 କେନ୍ଦ୍ରାପଡା : କେନ୍ଦ୍ରାପଡା ସହର ଏବଂ ଆଖପାଖ ଅଞ୍ଚଳରେ ବ୍ୟାପକ ଭାବରେ ବେଆଇନ ଭାବରେ ନାଲି ଇଟା ତିଆରି କରୁଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପାଇବା ସହ ଏହାର ପ୍ରଦୂଷଣ ଯୋଗୁ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଖବର ପାଇବା ପରେ ଜିଲ୍ଲାପାଳ ସ୍ମୃତି ରଂଜନ ପ୍ରଧାନଙ୍କ ନିଦେ୍ର୍ଦଶ ପରେ କେନ୍ଦ୍ରାପଡା ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକ ଓ ତହସିଲଦାର ତାପସ ରଂଜନ ଦେହୁରି ପୋଲିସ ଫୋର୍ସ ଓ ଅଗ୍ନିଶମ ବିଭାଗକୁ ନେଇ ବେଆଇନ ଭାବେ ତିଆରି ହେଉଥିବା ଇଟାଭାଟିଗୁଡିକୁ ଭାଙ୍ଗିବା ସହ ପାଣି ପକାଇ ନଷ୍ଟ କରିଥିଲେ ଏଥି ସହିତ ଇଟାଭାଟି ତିଆରି କରୁଥିବା ମାଲିକମାନଙ୍କୁ କଡା ଚେତାବନୀ ଦିଆଯାଇଛି । ପରବର୍ତ୍ତୀ ଅବସ୍ଥାରେ ଯଦି ଭାଟି କରନ୍ତି ତେବେ ତାଙ୍କ ପ୍ରତି ଦୃଢ କା  ର୍ଯ୍ୟାନୁଷ୍ଠା ଗ୍ରହଣ କରାଯିବ ବୋଲି ତହସିଲଦାର ଶ୍ରୀ ଦେହୁରି ପ୍ରକାଶ କରିଛନ୍ତି ।