ଶୋଭନେଶ୍ୱର ମହାଦେବଙ୍କ ଯଜ୍ଞର ପୂର୍ଣ୍ଣାହୁତି

 ନିଆଳି:  ନିଆଳି ବଙ୍ଗାଳି ସାହି ପ୍ରସିଦ୍ଧ ଶୋଭନେଶ୍ୱର ମହାଦେବଙ୍କ ପୀଠରେ ଅଁଳା ନବମୀ ଠାରୁ ଆରମ୍ଭ ହୋଇ ୫ ଦିନ ବ୍ୟାପୀ ଚାଲିଥିବା ଯଜ୍ଞର ପୂର୍ଣ୍ଣାହୂତି ହୋଇଛି । ଏହି ଯଜ୍ଞରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବାବେଳେ ପଣ୍ଡିତ ବିପିନ ବିହାରୀ ମିଶ୍ର, ରାଜକିଶୋର ମିଶ୍ର, ଭଗବାନ ମିଶ୍ର, ସଞ୍ଜୟ ଷଢଙ୍ଗୀ, ସଚ୍ଚିଦାନନ୍ଦ ଦାସ, ପୂଜା କର୍ମ ସମାପନ କରିଥିଲେ । କର୍ତ୍ତା ପ୍ରଦୁ୍ୟମ୍ନ ସେନାପତି, ପ୍ରଭାତ ରଶ୍ମି ପୁଷ୍ପାଳକ ଓ ସହକର୍ତ୍ତା ପ୍ରବୀର ଜେନା, ବିଦୁଲତା ଜେନା ହୋଇଥିଲେ । ସଭାପତି ତ୍ରିଲୋଚନ ନାୟକ, ସମ୍ପାଦକ ବିଜୟ ସିଂ ପରିଚାଳନା କରିଥିବାବେଳେ ସହଯୋଗ କରିଥିଲେ ଦେବାଶୀଷ ଷଢଙ୍ଗୀ, ପତିତପାବନ ବାରିକ, ମୁରଲୀଧର ମିଶ୍ର, ମହାପାତ୍ର ଧରଣୀଧର ପଣ୍ଡା, ସରପଞ୍ଚ ଜ୍ୟୋତି ରଞ୍ଜନ ମଲ୍ଲିକ, ତି୍ରଲୋଚନ ବେହେରା ଓ ଅନ୍ୟମାନେ କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ହଜାର ହଜାର ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ବେଳେ ଏହାର ସମସ୍ତ ଦାୟିତ୍ୱ ନେଇଥିଲେ ଦେବାଶୀଷ ଷଢଙ୍ଗୀ ।