ଜାତୀୟ ଶିକ୍ଷା ଦିବସ
ଢେଙ୍କାନାଳ: ସିନର୍ଜୀ ବୈଷୟିକ ମହାବିଦ୍ୟାଳୟରେ ରୌପ୍ୟ ଜୟନ୍ତୀ ପାଳନ ସମାରୋହ ମଧ୍ୟରେ ଜାତୀୟ ଶିକ୍ଷାଦିବସ ପାଳିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟଅତିଥି ଭାବେ ପ୍ରଫେସର ଡା. ତୁଷାରକାନ୍ତ ପାଣି ଯୋଗ ଦେଇଥିଲେ । ଦିବସର ପ୍ରାରମ୍ଭରେ ରୌପ୍ୟଜୟନ୍ତୀ ସମାରୋହର ସଭ୍ୟା ପ୍ରଫେସର ଡା. ଜୟଶ୍ରୀ ସିଂହ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ପ୍ରଶାସନିକ ନିଦେ୍ର୍ଦଶିକା ଡା. ଇତିଶ୍ରୀ ମହାନ୍ତି ଦିବସର କଥାବସ୍ତୁର ତାପ୍ତର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଛାତ୍ର ଜୀବନରେ ମାନସିକ ଚାପ ଏବଂ ସେଥିରୁ କିପରି ମୁକ୍ତି ମିଳିପାରିବ ସେହି ବିଷୟରେ ମୁଖ୍ୟ ଅତିଥି ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇବା ସହ ଶୃଙ୍ଖଳିତ ଜୀବନଚର୍ଯ୍ୟା ଏବଂ ନୈତିକ ଶିକ୍ଷାପ୍ରତି ଯୁବ ସମାଜର ଆଗ୍ରହ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ଦୈନନ୍ଦିନ ଜୀବନର ଉଦାହରଣ ଗୁଡିକରୁ ଉପାଦେୟ ତଥୟ ପିଲାମାନଙ୍କୁ ଖୁବ୍ ଭଲ ଲାଗିଥିଲା । ଶେଷରେ ଡା. ଜୟଶ୍ରୀ ସିଂହ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମର ଆୟୋଜନ ରୌପ୍ୟଜୟନ୍ତୀ ସମାରୋହର ଆବାହିକା ପ୍ରଫେସର କଳ୍ପନା ସାହୁ କରିଥିବା ବେଳେ କମ୍ପ୍ୟୁଟର ସାଇନ୍ସର ଦ୍ୱିତୀୟ ବର୍ଷର ଛାତ୍ରୀ ଶ୍ରେୟା ନାୟକ ଏବଂ ତ୍ରିଶା ମହାନ୍ତି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ।