କାଳୀ ପୂଜା ପାଳିତ
ାା ପ୍ରଭାନୁ୍ୟଜ ।ା କପ୍ତିପଦା: କପ୍ତିପଦାରେ ସାର୍ବଜନୀନ କାଳୀପୂଜା ଅନୁଷ୍ଠିତ ହୋଇଯାଇଛି । କର୍ମକାଣ୍ଡବିତ୍ ଯଦୁନାଥ ଶତପଥୀ, ଅନନ୍ତ ଶତପଥୀ, ରଜତ କୁମାର ମିଶ୍ର, ଦୁଲ୍ଲର୍ଭ ମିଶ୍ର ଓ ତାଙ୍କର ସହଯୋଗୀଙ୍କ ସହଯୋଗରେ ଅର୍ଦ୍ଧରାତ୍ରରେ ମା’ଙ୍କର ଚକ୍ଷୁଦାନ, ନ୍ୟାସ, ଷୋଡଷ ଉପଚାର ପୂଜା, ଚଣ୍ଡୀପାଠ, ହୋମ କର୍ମ ସଂପାଦନ ହୋଇଥିଲା । ତେବେ ସେମାନଙ୍କର ଦ୍ୱାରା ଆରମ୍ଭ କରାଯାଇଥିବା ଏହି ସାର୍ବଜନୀନ କାଳିପୂଜା ଆଜି ବି ସେମାନଙ୍କ ସ୍ମୃତିକୁ ଉଜ୍ଜିବୀତ କରି ରଖିଛି । ତପନ କୁମାର ବାରିକ୍ ପୂଜାର କର୍ତ୍ତାଭାବେ କାର୍ଯ୍ୟ ସଂପାଦନ କରିଥିବାବେଳେ ବଜାର କମିଟିର ସଭାପତି ସୁବାସ ଚନ୍ଦ୍ର ସାଏ, ସଂପାଦକ ରଂଜନ କୁମାର ଦାସ, କୋଷାଧ୍ୟକ୍ଷ ଲକ୍ଷ୍ମୀଧର ନାୟକ ଓ ସହଯୋଗୀ ସଦସ୍ୟଙ୍କ ତତ୍ତ୍ୱାବଧାନରେ ପୂଜା କାର୍ଯ୍ୟ ସଂପାଦନା ହୋଇଥିଲା । କପ୍ତିପଦା ବଜାର କମିଟି ଦ୍ୱାରା ଅନୁଷ୍ଠିତ ଏହି ସାର୍ବଜନୀନ କାଳୀପୂଜା ଭାଇଚାରା, ଭାତୃଭାବ, ସ୍ନେହ ଶ୍ରଦ୍ଧା ଓ ଏକତାର ପ୍ରତୀକ ବୋଲି ଧରାଯାଏ । ପ୍ରକାଶ ଥାଉକି, ୧୮୭୦ ମସିହାରେ କପ୍ତିପଦା ତତ୍କାଳୀନ ରାଜା ଗୌରଚନ୍ଦ୍ର ମାନ୍ଧାତା ରାଣୀ ଲାବଣ୍ୟ ମଂଜରୀ ଦେବୀ ରାଜବାଟୀ ପରିସରରେ ମା’ଙ୍କ ପୂଜା ଆରମ୍ଭ କରିଥିଲେ । ତତ୍ପରେ ଏହି ପୂଜା କପ୍ତିପଦା ବଜାରର ବ୍ୟବସାୟୀମାନଙ୍କ ସହଯୋଗରେ ବଜାର ମଧ୍ୟରେ ଅନୁଷ୍ଠିତ ହେଉଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ କପ୍ତିପଦାର ରାଜାସାହେବ ସ୍ୱର୍ଗତଃ ରଜତ ଚନ୍ଦ୍ର ମାନ୍ଧାତା ୧୯୧୫ ମସିହାରେ ଏ ଅଞ୍ଚଳରେ ବରିଷ୍ଠ ଜନସାଧାରଣଙ୍କୁ ଉକ୍ତ ପୂଜାରେ ସଂଶ୍ଳିଷ୍ଟ କରାଇ କପ୍ତିପଦା ବଜାର ପରିସରରେ ସାର୍ବଜନୀନଭାବେ କାଳୀପୂଜା ଆରମ୍ଭ କରିଥିଲେ । ସେହିଦିନଠାରୁ କପ୍ତିପଦା ବଜାର କମିଟି ଓ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ନେତୃତ୍ୱରେ ଉକ୍ତ ପୂଜା ହୋଇଆସୁଛି ।