ଜରୁରୀକାଳୀନ ପରିସ୍ଥିତିକୁ ୫୦ ବର୍ଷ
ଜୟପୁର : ୧୯୭୫ ମସିହାରେ ଦେଶରେ ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତିକୁ ୫୦ ବର୍ଷ ପୂରଣ ହୋଇଛି । ଏହି ଅବସରରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଜୟପୁରରେ ଏକ ସଭା ଆୟୋଜିତ ହୋଇଯାଇଛି । ଯୁବ ବର୍ଗଙ୍କୁ ନେଇ ଆୟୋଜନ କରାଯାଉଛି ମୋକ୍ ପାର୍ଲାମେଣ୍ଟ । ଏହି କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ବଳଭଦ୍ର ମାଝୀଙ୍କ ସମେତ ଦିଗପହଣ୍ଡି, କୋଟପାଡ଼ ଓ ନବରଙ୍ଗପୁର ଜିଲ୍ଲାର ବିଧାୟକ ଏବଂ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ସହ ସ୍ଥାନୀୟ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ୫୦ ବର୍ଷ ତଳେ କଂଗ୍ରେସ ଶାସନ ସମୟରେ ଗଣତନ୍ତ୍ର ଓ ସମ୍ବିଧାନକୁ ହତ୍ୟାକରି କିପରି ଦେଶବାସୀଙ୍କ ମୌଳିକ ଅଧିକାର ଓ ବାକ୍ ସ୍ୱାଧୀନତା କ୍ଷୁର୍ଣ୍ଣ କରାଯାଇଥିଲା, ଏହି ସମ୍ପର୍କରେ ଯୁବ ପିଢ଼ିକୁ ଅବଗତ କରାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ଏହି ସଭା ଜୟପୁରରେ ଅନୁଷ୍ଠିତ ହେଇଥିବା ବେଳେ ଆଗାମୀ ଦିନରେ ଭୁବନେଶ୍ୱର ଏବଂ ରାଉଲକେଲାରେ କରାଯିବା ନେଇ ସ୍ଥିର କରାଯାଇଛି ।