ବହୁଭାଷୀ ନାଟକ ପ୍ରତିଯୋଗିତା ପାଇଁ ସାମ୍ବାଦିକ ସମ୍ମିଳନୀ
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ସାଂସ୍କୃତିକ ଅନୁଷ୍ଠାନ ପରିସରରେ ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ଆନୁକୂଲ୍ୟରେ ବୀର ବିକ୍ରମ ବହୁ ଭାଷୀ କ୍ଷୁଦ୍ର ନାଟକ ପ୍ରତିଯୋଗିତା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ସଭାପତି ଜିତେନ୍ଦ୍ରନାଥ ପଟ୍ଟନାୟକଙ୍କ ଅଧ୍ୟକ୍ଷତା କରିଥିଲେ । ଏହି ସଭାରେ ଚଳିତ ଏପ୍ରିଲ ମାସ ୨୮,୨୯ ଓ ୩୦ ତାରିଖ ତିନିଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି । ଏହି ଅବସରରେ ୨୮ରିଖରେ କୋଶଳି ନାଟକ କଳିଯୁଗ, ଦ୍ୱିତୀୟ ହିନ୍ଦୀ ନାଟକ ସୋସିଆଲ ମିଡିଆ କା କୁପ୍ରଭାବ, ତୃତୀୟ କୋଶଳି ନାଟକ ଆମର ଲାଗି କିଏ ଅଛେ, ୨୯ତାରିଖରେ କୋଶଳୀ ନାଟକ ଶାନ୍ତି, ଦ୍ୱିତୀୟ ନାଟକ ବାସିଫୁଲ, ତୃତୀୟ ନାଟକ ଗରାବନ୍ଧା, ତୃତୀୟ ଦିନରେ ଗୋଟିଏ ନାଟକ କୋଶଳୀ ସମ୍ବଲପୁରୀ ନାଟକ ଏକ ବିଂଶ ଶତାବ୍ଦୀ ନାଟକ ମଞ୍ଚସ୍ଥ କରାଯିବ ବୋଲି ସମ୍ମିଳନୀର ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ; ସମ୍ମିଳନୀରେ ସାଂସ୍କୃତିକ ଅନୁଷ୍ଠାନର ଉପସଭାପତି ସୁକେଶ ପଟ୍ଟନାୟକ, ସମ୍ପାଦକ ସୋମନାଥ ଜଗତ, ବରିଷ୍ଠ ସଦସ୍ୟ ସତୀଶ ପଟ୍ଟନାୟକ, ବରିଷ୍ଠ କଳାକାର ପବିତ୍ର ପ୍ରଧାନ, କୋଷାଧ୍ୟକ୍ଷ ସୁନୀଲ ସାହୁ, ମୋତିଲାଲ ବାଗ, ସାଂସ୍କୃତିକ ସମ୍ପାଦକ ଅମୂଲ୍ୟ ବାରିକ, ସଦସ୍ୟ ଦେବ ପ୍ରଧାନ, ରୋଷନ ପଣ୍ଡା, ଶାନ୍ତନୁ ପଣ୍ଡା, ପୁଣ୍ୟତୋଷ ମୁଣ୍ଡ, ପିଙ୍କୁ ଦୁରିଆ, ଅଶ୍ୱିନୀ ପଟ୍ଟନାୟକ, ଆଶିଷ ତ୍ରିବେଦୀ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।