ବିରଜା ସଂସ୍କୃତି ଉପରେ ଆଲୋଚନା


ାା ପ୍ରଭାନୁ୍ୟଜ ।ା ଯାଜପୁର ଟାଉନ,: ବିରଜାକ୍ଷେତ୍ର ବିକାଶ ପରିଷଦ ପକ୍ଷରୁ ଜଗନ୍ନାଥ ସଂସ୍କୃତିରେ ବିରଜା କ୍ଷେତ୍ର ଶୀର୍ଷକ ଆଲୋଚନା ଚକ୍ର ତଥା ଯାଜପୁରକୁ ରେଳ ସଂଯୋଗ ସମ୍ପର୍କରେ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ବିକାଶ ପରିଷଦର ସଭାପତି ତପନ ମହାରଣ୍ୟ ଶର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାରେ ପଣ୍ଡିତ ଡ.ଜ୍ଞାନରଞ୍ଜନ ପତି ଯୋଗଦେଇ ବିରଜା ସଂସ୍କୃତି ଓ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ବିରଜା କ୍ଷେତ୍ରରେ ଥିବା ବହୁ ପୌରାଣିକ ତଥା ତୀର୍ଥ ସ୍ଥାନ ଆଜି ଅହେଳିତ ହୋଇ ପଡ଼ିବା ସହ ଅନ୍ୟ କେତେକ ସ୍ଥାନରେ ତାହାକୁ କିଛି ସ୍ଥାନରେ ଅଧିଗ୍ରହଣ କରାଯାଇଛି । ସେଗୁଡିକ ପୁନଃଉଦ୍ଧାର କରିବା ସହ ଯାଜପୁର ବାସୀ ପ୍ରଚେଷ୍ଟା କରିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ବରିଷ୍ଠ ପ୍ରବଚକ ତଥା ଅଧ୍ୟାପକ ନିତ୍ୟାନନ୍ଦ ଦେଓ ବିରଜା ସଂସ୍କୃତି ସହିତ ଜଗନ୍ନାଥ ସଂସ୍କୃତିକୁ ଉତ୍ଥାପନ କରି ମାତ୍ର ଅଳ୍ପ କେତେକ ଦେବା ଦେବୀ ତଥା ମହୋଦଧୀ ଏଠାରେ ନଥିବାରୁ ଏହାକୁ ଶ୍ରୀକ୍ଷେତ୍ର କରାଯାଇପାରି ନଥିଲା । କିନ୍ତୁ ଏହି ସ୍ଥାନ ବୈତରଣୀ ତୀର୍ଥ, ନାଭିଗୟା ଓ ବିରଜାକ୍ଷେତ୍ର ରୂପରେ ସାରା ବିଶ୍ୱରେ ପରିଚିତ । ସ୍ୱୟଂ ମା’ବିରଜା ବ୍ରହ୍ମାଙ୍କ ଯଜ୍ଞ କୁଣ୍ଡରୁ ଆବିର୍ଭୁତା ହୋଇ ଜଗତର କଲ୍ୟାଣ କରିଛନ୍ତି । ଏଣୁ ଏହି ସ୍ଥାନ ଏକ ମହନୀୟ ସ୍ଥାନ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଅନ୍ୟତମ ବକ୍ତାରୂପେ ବିଶିଷ୍ଟ ସାହିତି୍ୟକ ତଥା ଝଡ଼ର ସମ୍ପାଦକ ବ୍ରଜ ନାୟକ, ବିଶିଷ୍ଟ ଶିକ୍ଷାବିତ୍ କାମେଶ୍ୱର ପଣ୍ଡା ଯୋଗଦେଇ ଯାଜପୁରର ଐତିହ୍ୟ ଓ ପରମ୍ପରା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଯାଜପୁର ପୂର୍ଣ୍ଣାଙ୍ଗ ବିକାଶ ନିମନ୍ତେ ଯାଜପୁରକୁ ରେଳ ସଂଯୋଗ ଯଥାଶୀଘ୍ର କରାଯାଉ ବୋଲି ଦାବି କରିଥିଲେ । ଯାଜପୁର ରେଳ ସଂଯୋଗ ନିମନ୍ତେ ସର୍ଭେ ରିପୋର୍ଟ ଆଗାମୀ ସପ୍ତାହରେ ଦିଲ୍ଲୀର ରେଲ୍ ଭବନକୁ ଯିବାକୁ ଥିବା ବେଳେ ପରିଷଦ ପକ୍ଷରୁ ଏକ ୧୦ଜଣିଆ କମିଟି ଗଠନ କରାଯାଇ ଆଗାମୀ କାର୍ଯ୍ୟ ପନ୍ଥା ନିର୍ଦ୍ଧାରଣ କରିବ ବୋଲି ପରିଷଦର ସଭାପତି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଅନ୍ୟତମ ବକ୍ତାରୂପେ ଡ.ରାଜକିଶୋର ପଣ୍ଡା ଯୋଗ ଦେଇଥିଲେ । ଆଲୋଚନା ଚକ୍ରରେ ଶିକ୍ଷାବିତ୍ ଅକ୍ଷୟ ପଣ୍ଡା, କଳିଙ୍ଗକେଶରୀ ମହାନ୍ତି, ସଞ୍ଜୟ ସିଂହ, ଅଖିଳମୋହନ ଦାସ, ସାମ୍ବାଦିକ ଦିଲ୍ଲୀପ ଦାଶ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅଧ୍ୟାପକ ନିତ୍ୟାନନ୍ଦ ଦେଓ ଧନ୍ୟବାଦ ଅର୍ପଣ କରିଥିଲା ବେଳେ ତରଣୀ ମହାରଣ୍ୟ ଶର୍ମା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ।