ମିଳିତ ଅଭିଯୋଗ ଶୁଣାଣି 

 କେନ୍ଦ୍ରାପଡା : କେନ୍ଦ୍ରାପଡା ମୁନିସିପାଲିଟି ଟାଉନ୍ ହଲ୍ରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ଉପ-ଜିଲ୍ଲାପାଳ, ଅରୁଣ କୁମାର ନାୟକ, କେନ୍ଦ୍ରାପଡା ବିଡିଓ ଅଭିଷେକ ସ୍ୱାଇଁ, ଜିଲ୍ଲା ମୁଖ୍ୟ ଚିକିସôା ଅଧିକାରୀ ଡା ପ୍ରମୋଦ କୁମାର ପ୍ରହରାଜ, ଏସଡିପିଓ, କେନ୍ଦ୍ରାପଡା, ସହକାରୀ ଜିଲ୍ଲାପାଳ, କେନ୍ଦ୍ରାପଡା ପୌରପରିଷଦର ନିର୍ବାହୀ ଅଧିକାରୀ, ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ୍ ଡିପାର୍ଟମେଂଟ୍ର ନିର୍ବାହୀ ଯନ୍ତ୍ରୀ ପ୍ରମୂଖ ଅଭିଯୋଗ ଶୁଣାଣିରେ ସହାୟତା କରିଥିଲେ  । ଅଭିଯୋଗ ଶୁଣାଣିରେ ମୋଟ୍ ୧୧୮ ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା ବେଳେ ସେଥି ମଧ୍ୟରୁ ୯ ଗୋଟି ସାମୁହିକ ଏବଂ ୧୦୯ ଗୋଟି ବ୍ୟକ୍ତିଗତ ଅଭିଯୋଗ ଥିଲା  । ଚିକିସôା ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୬୨ ହଜାର ଟଙ୍କା ୮ ଜଣ ଆବେଦନକାରୀଙ୍କୁ ଦେବା ପାଇଁ ଜିଲ୍ଲାପାଳ ମଞ୍ଜୁର କରିଛନ୍ତି  । ସମସ୍ତ ଅଭିଯୋଗର ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି । ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପାନୀୟ ଜଳ ଯୋଗାଣ, ନୂତନ ରାସନକାର୍ଡ ପ୍ରଦାନ, ଅନ୍ତ୍ୟୋଦୟ ଯୋଜନାରେ ନାମ ସାମିଲ କରିବା, ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ, ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା, ଜମି ସମସ୍ୟା ଓ ପୋଲିସ ସମସ୍ୟା ଆବେଦନ ପତ୍ର ଆଦି ଦରଖାସ୍ତ ଥିଲା । ସେହିପରି ସାମୁହିକ ଅଭିଯୋଗ ମଧ୍ୟରେ ଫ୍ଲାୟଓଭର ନିର୍ମାଣ, ବିଦୁ୍ୟତ୍ ଯୋଗାଣ, ରାସ୍ତା ନିର୍ମାଣ, ରାସ୍ତା ପ୍ରଶସ୍ତିକରଣ, ପାନୀୟ ଜଳ ଯୋଗାଣ, ବେଆଇନ ଭାବେ ଅଧିକୃତ ସରକାରୀ ଜମି ଉଚ୍ଛେଦ ଆଦି ଅଭିଯୋଗ ହୋଇଥିଲା । ଏଗୁଡିକର ତୁରନ୍ତ ଫଇସଲା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି ।