କାହା କଥାରେ ଉଡାଇ ଦିଆଗଲା ସିସିଟିଭି ଫୁଟେଜ?
ବିଞ୍ଝାରପୁର : ତିନି ଦନ ତଳେ ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଡାଃ ହୃଦାନନ୍ଦ ଦାସଙ୍କୁ ଅସଦାଚରଣ କରାଯାଇଥିଲା । ଏନେଇ ପୁଲିସକୁ ଖବର ଦିଆଯାଇଥିଲା । କିନ୍ତୁ ଘଟଣାର କିଛି ଘଣ୍ଟା ନପୁରଣୁ ଆରମ୍ଭ ହୋଇ ଯାଇଥିଲା ମିଲି ଭଗତ ରାଜନୀତି । ଖୋଦ୍ ମେଡ଼ିକାଲ ଅଫିସର୍ କ୍ଷିତିସ୍ ନାୟକ କାର୍ଯ୍ୟରତ ଡାକ୍ତରଙ୍କୁ ଆଚରଣ ହୋଇଥିବା ଘଟଣା ସାମ୍ବାଦିକଙ୍କୁ ଜଣାଇଥିଲେ । ପୁଲିସକୁ ଖବର ଦିଆଯାଇଥିଲେ ମଧ୍ୟ ଅଭିଯୋଗ କରାଯାଇନଥିଲା । ସାମ୍ୱାଦିକ ସିସିଟିଭି ଫୁଟେଜ ପ୍ରସାରଣ ପାଇଁ ମାଗିଥିଲେ ମଧ୍ୟ ମେଡ଼ିକାଲ ଅଫିସର୍ କଥା ବଦଳାଇଥିଲେ । କୁହାଯାଉଛି କାଳେ କେଉଁ ଅଦୃଶ୍ୟ ଶକ୍ତିର ପ୍ରଭାବ ଓ ସ୍ଥାନୀୟ ବିଧାୟିକାଙ୍କ ନାମ ନେଇ ମେଡ଼ିକାଲ ଅଫିସର୍ ବେଶ ପ୍ରଭାବିତ ହୋଇ ଘଟଣାକୁ ରଫା ଦଫା କରିଦେଲେ । ଘଟଣାରେ ସଂପୃକ୍ତ ଥିବା ସମସ୍ତଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ହେବ କହୁଥିବା ଡ଼ାକ୍ତର ଏକା ବେଳକେ ଚୁପ୍ ହୋଇଯିବାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ମେଡିକାଲ ଅଫିସର୍ ଅସଦ ଆଚରଣ ହୋଇଥିବା ଘଟଣା ସ୍ଥଳର ସିସିଟିଭି ଫୁଟେଜକୁ କାହିଁକି ଦେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ । ଫ୍ରଣ୍ଟ ସିସିଟିଭି ଫୁଟେଜରେ ଘଟଣାର ସବୁ କିଛି କଏଦ ହୋଇଥିବା କୁହାଯାଉଥିବା ବେଳେ ସିସିଟିଭି ଫୁଟେଜ ସାର୍ବଜନୀନ ନହେବା କିଛି ଭିନ୍ନ କଥା ଦର୍ଶାଉ ନାହିଁ କି? ସାମ୍ବାଦିକଙ୍କୁ ଡାକିଥିବା କର୍ତ୍ତୃପକ୍ଷ କାହିଁକି ଯେ ଏବେ ସତ୍ୟାସତ୍ୟ ଉନ୍ମୋଚନ କରିବା ପାଇଁ ପଛ ଘୁଞ୍ଚା ଦେଉଛନ୍ତି ଏବଂ ପୁଲିସକୁ ଖବର କରି ଏତଲା ନଦେବା ଘଟଣାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି ।