ଦୁର୍ବଳ ଅବସ୍ଥାରେ ବ୍ରହ୍ମବରଦା-ପହିବ୍ରାହ୍ମଣୀ ନଦୀବନ୍ଧ ରାସ୍ତା

ାା ପ୍ରଭାନୁ୍ୟଜ ।ା ବ୍ରହ୍ମବରଦା: ରାଜ୍ୟ ସରକାର ନଦୀକୂଳ ବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ସୁରକ୍ଷିତ ଜୀବନଯାପନ ପାଇଁ ସଦାସର୍ବଦା ସଚେତନ ରହିଆସିଛନ୍ତି । ତେଣୁ ପ୍ରତ୍ୟେକ ନଦୀବନ୍ଧ ରାସ୍ତାକୁ ପ୍ରଶସ୍ତ ଓ ସୁଦୃଢୀକରଣ ମଧ୍ୟ କରୁଛନ୍ତି । ସବୁ ନଦୀବନ୍ଧ ରାସ୍ତାକୁ ପିଚୁ କରିବା ସହିତ କେଉଁଠି ନଦୀକୂଳ ପାର୍ଶ୍ୱରେ ଗାର୍ଡ ୱାଲ କରୁଛନ୍ତି ତ କେଉଁଠି ପଥର ପ୍ୟାକିଂ । ଏଥିପାଇଁ ସରକାର କୋଟି କୋଟି ଟଙ୍କାର ବ୍ୟୟ ବରାଦ କରୁଛନ୍ତି । ତା ସହିତ ସରକାରଙ୍କ ତରଫରୁ ଏହାର ରକ୍ଷଣା ବେକ୍ଷଣ ଓ ସ୍ଥାୟୀ ମରାମତି ମଧ୍ୟ କରାଯାଉଛି । କିନ୍ତୁ ଏତେ ସବୁ ଯୋଜନା କାର୍ଯ୍ୟକାରୀ କରାଯାଉଥିଲେ ମଧ୍ୟ ରସଲପୁର ବ୍ଲକ ଅଧୀନ ବ୍ରହ୍ମବରଦା-ପହିବ୍ରାହ୍ମଣୀ ନଦୀର ବାମ ପାର୍ଶ୍ୱ ନଦୀବନ୍ଧ ରାସ୍ତା ଅବସ୍ଥା ସୁଧୁରୁନି ।  ଶୋଚନୀୟ ହେବାରେ ଲାଗିଛି ଉକ୍ତ ରାସ୍ତା । ରାସ୍ତା ସାରା ଖାଲଖମାରେ ଭର୍ତ୍ତି ।ବର୍ଷା ଯୋଗୁ ନଦୀବନ୍ଧରେ ମାଳମାଳ ରେନକଟ ମାନ ସୃଷ୍ଟି ହୋଇଛି । ଯାହାଦ୍ୱାରା ସାଧାରଣ ଲୋକେ ଉକ୍ତ ରାସ୍ତା ଦେଇ ଯାତାୟତ କରିବାରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ସହିତ କିଛି ବାଲି ମାଫିଆ ମାନେ ଉକ୍ତ ନଦୀବନ୍ଧର ରାସ୍ତାକୁ କାଟି ନଦୀ ଭିତରକୁ ଗଡ଼ାରାସ୍ତା କରି ଦୈନିକ ଶହଶହ ଟ୍ରିପ ବାଲି ଉଠାଇ ଟ୍ରାକ୍ଟରରେ ଯୋଗେ ଉକ୍ତ ନଦୀବନ୍ଧ ରାସ୍ତା ଦେଇ ନେବା ଆଣିବା କରିବା ଦ୍ୱାରା ନଦୀବନ୍ଧ ସଂକୁଚିତ ହେବା ସହ ଦୁର୍ବଳ ହେବାରେ ଲାଗିଛି । ଆହୁରି ପୁଣି ଏବେ ବର୍ଷା ଦିନ ଚାଲିଥିବାରୁ ବ୍ରହ୍ମବରଦା ବାସୀଙ୍କୁ ଘାରିଛି ବନ୍ୟା ପାଣିର ଚିନ୍ତା । କାରଣ ବ୍ରାହ୍ମଣୀ ନଦୀର ଏହି ଦୁର୍ବଳ ନଦୀ ବନ୍ଧରେ ୨୦୧୮ମସିହାରେ ମହେଶ୍ୱରପୁର ପଞ୍ଚାୟତ ସ୍ଥିତ ହାଡି ସାହି ନିକଟରେ ୨୦ମିଟରର ଏକ ଘାଇ ସୃଷ୍ଟି ହୋଇଥିଲା । ଯାହାଫଳରେ ଉଭୟ ମହେଶ୍ୱରପୁର ଓ ବ୍ରହ୍ମବରଦା ପଞ୍ଚାୟତ ଅଞ୍ଚଳର ବହୁ ଘର, ଦୋକାନ ବଜାର ପାଣିରେ ବହିଯିବା ସହ ବହୁ ଧନଜୀବନ ନଷ୍ଟ ହୋଇଥିଲା । ବନ୍ୟାପାଣି ଅଞ୍ଚଳବାସୀଙ୍କୁ ମାସ ମାସ ଧରି ଘରୁ ବେଘର କରିଥିବା ବେଳେ ଜଣେ ଶିଶୁର ଜୀବନ ମଧ୍ୟ ଯାଇଥିଲା । ଏହା ମଧ୍ୟରେ ଘାଇ ସୃଷ୍ଟି ହେବାକୁ ୫ ବର୍ଷ ବିତି ଯାଇଥିଲେ ମଧ୍ୟ ନଦୀବନ୍ଧର ସୁଦୃଢୀକରଣ କାର୍ଯ୍ୟ ନିମ୍ନମାନର ଓ ଅଧପନ୍ତରୀୟା ଅବସ୍ଥାରେ ପଡିରହିଛି । ଏବେ ସ୍ଥାନେ ସ୍ଥାନେ କିଛି କିଛି ମାଟି ପଡୁଥିଲେ ମଧ୍ୟ ଏହା ସମୁଦ୍ରକୁ ଶଙ୍ଖେ ସଦୃଶ । ତା ଛଡା ବ୍ରହ୍ମବରଦା ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଗଣିତ ହୋଇଥବା ବେଳେ ବ୍ରହ୍ମବରଦା ଅଞ୍ଚଳରେ ରହିଛି ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ, ବ୍ୟାଙ୍କ, ମହାବିଦ୍ୟାଳୟ ଓ ଡ଼ାକଘର, ଥାନା ଓ ବିଦ୍ୟୁତ୍ କାର୍ଯ୍ୟାଳୟ । ତେଣୁ ବ୍ରହ୍ମବରଦା ଓ ଏହାର ଆଖ ପାଖ ଅଞ୍ଚଳର ପାୟ ୧୦ରୁ ୧୫ଗୋଟି ପଞ୍ଚାୟତର ଲକ୍ଷାଧିକ ଲୋକେ ବ୍ରହ୍ମବରଦା ଉପରେ ନିର୍ଭର କରିବା ସହ ଉକ୍ତ ରାସ୍ତା ଦେଇ ଦୈନିକ ଯିବାଆସିବା କରିଥାନ୍ତି । ଚଳିତ ବର୍ଷ ବ୍ରହ୍ମଣୀରେ ବନ୍ୟା ପାଣି ଆସିଲେ ପୁଣି ଉକ୍ତ ନଦୀବନ୍ଧରେ ଘାଇ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ଯାହାକୁ ନେଇ ଗ୍ରାମବାସୀ ମାନେ ଚିନ୍ତା ପ୍ରକଟ କରିଛନ୍ତି । ତେଣୁ ନଦୀବନ୍ଧରୁ ନଦୀ ଭିତରକୁ ରାସ୍ତାଗଡା କରୁଥିବା ଚୋରା ବାଲି ମାଫିଆ ମାନଙ୍କୁ ଧରି ସାବାଡ କରିବା ସହିତ ନଦୀବନ୍ଧକୁ ସୁଦୃଢ କରିବା ପାଇଁ ଅଞ୍ଚଳବାସୀ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ଚେଇଁ ଶୋଇଛି ଜିଲ୍ଲା ପ୍ରଶାସନ । ଯଦି ତୁରନ୍ତ ନଦୀ ବନ୍ଧର ସୁଦୃଢୀ କରଣ କରାନଯାଏ ତେବେ ବନ୍ୟାରେ ଘାଇ ସୃଷ୍ଟି ହେଲେ ବ୍ରହ୍ମବରଦା ପଞ୍ଚାୟତ ବହୁ କ୍ଷୟକ୍ଷତି ଘଟିବ ବୋଲି ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିବାସହିତ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତେଣୁ ତୁରନ୍ତ ଉକ୍ତ ନଦୀବନ୍ଧକ ରାସ୍ତାକୁ ପ୍ରଶସ୍ତ ସୁଦୃଢୀକରଣ ଓ ପିଚୁ କରିବା ପାଇ