ସରକାରୀ ପଦବୀରେ ଥାଇ ପଦ୍ମ ଧରିଲେ ଅବନ୍ତୀ
ଯଖପୁରା :ନିକଟରେ ଦାନଗଦୀ ବ୍ଲକ ମଙ୍ଗଳପୁର ପଞ୍ଚାୟତ ତେଲିବାହାଳି ଗ୍ରାମର ଅବନ୍ତୀ ସାମଲ ପଦ୍ମଧରିଛନ୍ତି । ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଉପସ୍ଥିତିରେ ଅବନ୍ତୀ ଏବଂ ପଞ୍ଚାୟତର ଅନେକ ମହିଳା ବିଜେପିରେ ଯୋଗ ଦେଇଥିଲେ । କିଏ କୋଉ ଦଳ ଛାଡି କୋଉ ଦଳରେ ମିଶିବାରେ କୈାଣସି ଅସୁବିଧା ନାହିଁ । ଯାହାକୁ ଯୋଉ ଦଳ ଭଲ ଲାଗିଲା, ସିଏ ସେହି ଦଳରେ ମିଶିପାରିବ । କିନ୍ତୁ ତେଲିବାହାଳିର ଅବନ୍ତୀ ବିଜେପିରେ ମିଶିବା ପୂର୍ବକ ପଦ୍ମ ଟୋପି ପିନ୍ଧିବାଟା ଆଲୋଚନାର ବିଷୟ ହୋଇପଡ଼ିଛି । ହୋଇନଥାନ୍ତା ଯଦି ଅବନ୍ତୀ ଆଶାକର୍ମୀ ହୋଇନଥାନ୍ତେ । କେବଳ ସେ ଆଶା କର୍ମୀ ନୁହନ୍ତି ସେମାନଙ୍କ ମୁଖିଆ ରହିଛନ୍ତି । ସରକାରୀ ପଦବୀରେ ଥାଇ ଅବନ୍ତୀ ଗୋଟିଏ ରାଜନୈତିକ ଦଳରେ ସାମିଲ ହୋଇ ଉକ୍ତ ଦଳର କର୍ମୀଭାବେ ଦଳୀୟ ଟୋପି ପିନ୍ଧିବା ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜନୀତି କରିବାରେ ଆପତି ନାହିଁ କିନ୍ତୁ ସରକାରୀ ପଦବୀରୁ ଅବସର ନେଇଥିଲେ କେହି ପ୍ରଶ୍ନ ଉଠାଇନଥାନ୍ତେ । ବ୍ଲକ ପ୍ରଶାସନ ଏକ୍ଷେତ୍ରରେ କି ପଦକ୍ଷେପ ନେଉଛନ୍ତି, ତାହା ଦେଖିବାର ଅଛି ।