କାହା ଚାପରେ ଶିକ୍ଷାବିଭାଗ
ନବରଙ୍ଗପୁର: ଗତ ୧ ତାରିଖରେ ସ୍କୁଲର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଗାଳିଗୁଲଜରେ ଅତିଷ୍ଠ ହୋଇ ୫ଜଣ କୁନି ଛାତ୍ର ଚାଲି ଚାଲି ୮ କିଲୋମିଟର ଯିବାପରେ ଅଟକାଇ ଖାଇବା ପିଇବା ଦେଇ ଜିମା ଦେଇଥିଲେ ପୋଲିସକୁ । ସୂଚନା ଯୋଗ୍ୟ ନବରଙ୍ଗପୁର ବ୍ଲକ ତାରାଗାଁ ନୋଡାଲ ସରକାରୀ ଉଚ୍ଚÿ ବିଦ୍ୟାଳୟ ହଷ୍ଟେଲରେ ରହି ବିକ୍ରମପୁର ପଞ୍ଚାୟତ ଦେଉଳା ଗାଁର ପବିତ୍ର ଭତରା ୧୦, ଭତ୍ରା ସିଉନି ପଞ୍ଚାୟତ ସିଉନି ଗାଁର ବାବୁଲି ନାୟକ ୧୦,ଜଗବନ୍ଧୁ ଭତରା ୧୦, ଜଳେନ୍ଦ୍ର ନାୟକ ୧୦, ନନ୍ଦାହାଣ୍ଡି ବ୍ଲକ ଏକମ୍ବା ଗାଁର ମୁନା ଭତରା୧୧, ହଷ୍ଟେଲରୁ ପଳେଇଥିଲେ । ସେମାନଙ୍କ କହିବା ଅନୁଯାୟୀ ସ୍କୁଲର ପିଅନ ଗାଳିଗୁଲଜ କରିବା ସହ ଖରାପ ବ୍ୟବହାର କରିଆସୁଥିଲେ । ଏଥିରୁ ସେମାନଙ୍କୁ କଷ୍ଟ ହେବାରୁ ସେମାନେ ହଷ୍ଟେଲ ଛାଡି ଘରକୁ ଚାଲି ଯାଉଥିଲେ । ସନ୍ଧ୍ୟାରେ ଥାନା ଅଧିକାରୀ ,ଅଭିଭାବକ, ଓ ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷୟତ୍ରୀ ଯମୁନା ହରିଜନଙ୍କୁ ପିଲାମାନଙ୍କୁ ହସ୍ତାନ୍ତର କରିଥିଲେ । ଅଭିଭାବକ ଓ ପିଲାମାନେ ସେମାନଙ୍କୁ ବଦଳି କରିବାକୁ ଅଡ଼ି ବସିଥିଲେ । ତେବେ ଏଠି ପ୍ରଶ୍ନ ଉଠୁଛି ଶିକ୍ଷୟତ୍ରୀ ଯମୁନା ହରିଜନ ହଷ୍ଟେଲ ଦାୟିତ୍ୱରେ ଥିବା ବେଳେ ହଷ୍ଟେଲ ପରିସରରେ ନ ରହି ଘରୁ ଯିବା ଆସିବା କରନ୍ତି । ନିୟମାନୁଯାୟୀ ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ହଷ୍ଟେଲ ପରିସରରେ ରହିବା କଥା । ଏହାପରେ ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲକା ତଦନ୍ତକରି ଜିଲ୍ଲା ଶିକ୍ଷାଧିକାରୀ ଆଦେଶ ନମ୍ବର ୬୫୭୦ ତାରିଖ ୬/୧୨ ରେ ଯମୁନା ହରିଜନଙ୍କ ବଦଳରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସନ୍ଦିପ ପଣ୍ଡା ଚିଠି କରିଥିଲେ, ବିଦ୍ୟାଳୟର ହଷ୍ଟେଲ ଦାଇତ୍ୱ ନେବାକୁ ।୧୧୦ ସିଟ ବାଳିକା ହଷ୍ଟେଲ ଓ ୪୦ ଟି ସିଟ୍ ବାଳକ ହଷ୍ଟେଲର ମୋହ ଛାଡ଼ି ନ ପାରି ଯଥା ପୂର୍ବାଂ ତଥା ପର ପରି ଯମୁନା ହରିଜନ ପୂର୍ବବତ ହଷ୍ଟେଲ ଦାଇତ୍ୱରେ ରହିଥିବା ଶୁଣିବାକୁ ମିଳୁଛି । ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ପଣ୍ଡାଙ୍କୁ ନାମକୁ ମାତ୍ର ଦାୟିତ୍ୱ ଦିଆଯାଇଥିବା କୁହାଯାଉଛି । ଯମୁନା ପୂର୍ବବତ ହଷ୍ଟେଲ ଦାୟିତ୍ୱରେ ରହି ଅଭିଭାବକ ଓ ପିଲାମାନଙ୍କ ଉପରେ ଚାପ ପକାଉଥିବା ଶୁଣିବାକୁ ମିଳିଛି । ଯମୁନାଙ୍କ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ସି,ଟି,ହୋଇଥିବା ବେଳେ ସେ କିଭଳି ଦଶମ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଉଛନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆହୁରି ଶୁଣିବାକୁ ମିଳୁଛି ତାଙ୍କର ସପରିବାର ହଷ୍ଟେଲ ଦାୟିତ୍ୱରେ ରହି ଛାତ୍ରଛାତ୍ରୀମାନଙ୍କୁ ମାନସିକ ଚାପ ଦେଉଛନ୍ତି । କୌଣସି ପ୍ରକାର ଅଭିଯୋଗ କରିଲେ କେତକ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିଙ୍କୁ ପ୍ରବର୍ତ୍ତାୟୀ ହଷ୍ଟେଲ ଦାୟିତ୍ୱରେ ରହିବାକୁ ସମସ୍ତଙ୍କୁ ଚାପ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି । ଏଭଳି ଶିକ୍ଷୟତ୍ରୀ ସ୍କୁଲରେ ରହିଲେ ଶିକ୍ଷାର ଅବନତି ହେବା ସଙ୍ଗେ ସଙ୍ଗେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଭୟ ସଞ୍ଚÿାର ହେଉଛି । ଆଗକୁ ଯେଭଳି କୌଣସି ଘଟଣା ଘଟିବା ପୂର୍ବରୁ ଯମୁନା ହରିଜନଙ୍କୁ ସେ ବିଦ୍ୟାଳୟରୁ ବଦଳି କରିବା ପାଇଁ ସାଧାରଣରେ ଦାବି ହୋଇଛି । କୌଣସି ଅଘଟଣ ଘଟିବା ପୂର୍ବରୁ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଧ୍ୟାନ ଦେବାକୁ ଦାବି ହୋଇଛି ।