ଛୁରା ମାଡ଼ରେ ସାମ୍ବାଦିକ ଗୁରୁତର
ପାପଡାହାଣ୍ଡି/ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଗ୍ରାମରେ ବିଳମ୍ବିତ ରାତ୍ର ୧୨ ଘଣ୍ଟା ସମୟରେ ଛୁରା ମାଡ଼ରେ ସାମ୍ବାଦିକ ଗୁରୁତର ହୋଇ ବିଶାକାପାଟଣା ମେଡିକାଲ ସ୍ଥାନାନ୍ତର ହୋଇଛ । ପାପଡାହାଣ୍ଡି ଗ୍ରାମର ଜିଲ୍ଲା ସାମ୍ବାଦିକ ସୁମିତ ଘଣ୍ଟ ରାତ୍ରି ୧୧ ଘଣ୍ଟା ସମୟରେ ନବରଙ୍ଗପୁରରୁ ପାପଡାହାଣ୍ଡି ଫେରିବା ସମୟରେ ବଙ୍କା ସାହି ନିକଟରେ ହରେକୃଷ୍ଣ ବେହେରା ନାମକ ଜଣେ ଯୁବକ ସାମ୍ବାଦିକ ସୁମିତ ଘଣ୍ଟକୁ କୌଣସି କାରଣରୁ ଛୁରି ଓ ଖଣ୍ଡାରେ ଆକ୍ରମଣ କରିଥିଲା. । ଏଥିରେ ଗୁରୁତର ସୁମିତକୁ ଗ୍ରାମବାସୀ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଓ ପରେ ବିଶାକାପାଟଣା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ନବରଙ୍ଗପୁର ଜିଲ୍ଲା ଓୟୁଜେ ସଂଘ ସଭାପତି ସୁଶାନ୍ତ ବେହେରାଙ୍କ ନେତୃତ୍ୱରେ ପାପଡାହାଣ୍ଡି ଥାନାରେ ଏକ ଲିଖିତ ଅଭିଯୋଗ ଦେବା ସହ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ ।