ଝାମ୍ପିନେଲେ ସୁନାଚେନ
ବାଲିଅନ୍ତା : ବାଳକାଟି ଫାଣ୍ଡି ଅଧିନ ପୁରୁଣାଜଗନ୍ନାଥ ସଡକ ରଥିଜେମା ଅରୁଣଆଲୋକ ମଣ୍ଡପ ନିକଟରେ ଦୁର୍ବୃତ୍ତ ଜଣେ ମହିଳାଙ୍କ ବେକରୁ ସୁନାଚେନ ଝାମ୍ପି ନେଇଥିବା ଅଭିଯୋଗ ହୋଇଛି । ଲୁଟର ଶିକାର ହୋଇଥିବା ମହିଳା ହେଲେ ସ୍ଥାନୀୟ ଗଡ଼ଶ୍ରୀରାମପୁର ଗ୍ରାମର ରାଇନା ଓରଫ ନିରୁପମା ପାତ୍ର । ଏନେଇ ନିରୁପମା ସ୍ଥାନୀୟ ଫାଣ୍ଡିରେ ଅଭିଯୋଗ କରିଛନ୍ତି । ଲୁଟ ହୋଇଥିବା ଚେନର ଦାମ ୪୫ ହଜାର ଟଙ୍କା ହେବବୋଲି ରାଇନା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ଖବରନେବାରେ ଜଣାପଡିଛି ରାଇନା କଲେଜ ରାସ୍ତା ନିକଟରେ ଥିବା କୋଚିଂ ସେଣ୍ଟରରୁ ଅପରାହ୍ନ ପ୍ରାୟ ସାଢେ ୬ ଟାରେ ସ୍କୁଟି ଯୋଗେଁ ଘରକୁ ଫେରୁଥିଲେ । ଏହି ସମୟରେ ଉପରୋକ୍ତ ସ୍ଥାନରେ ନମ୍ବର ବିହୀନ କେଟିଏମ ମୋଟର ସାଇକଲରେ ୨ ଜଣ ଯୁବକ ଶିରସ୍ତ୍ରାଣ (ହେଲମେଟ) ପିନ୍ଧି ପଛପଟୁ ତାଙ୍କ ବେକରୁ ସୁନାଚେନ ଝାମ୍ପି ନେଇଥିଲେ । ସେମାନେ ଝାମ୍ପି ନେଇ ଦୃତ ଗତିରେ ଟଙ୍କପାଣି ସେତୁ ଆଡେ ପଳାଇଥିଲେ ।