କିକ୍ ବକ୍ସିଂରେ ଢେଙ୍କାନାଳକୁ ୩ ପଦକ 

 ଢେଙ୍କାନାଳ : ଚେନ୍ନାଇ, ତାମିନାଡୁର ଜବହାର ଲାଲ୍ ନେହେରୁ ଏଣ୍ଡୋର ଷ୍ଟାଡ଼ିୟମ ଠାରେ ସର୍ବ ଭାରତୀୟ କନିଷ୍ଠ କିକ୍ ବକ୍ସିଂ ପ୍ରତିଯୋଗିତା ଚାଳିତ ମାସ ୨୭ ରୁ ୩୧ ପର୍ଯନ୍ତ ଅନୁଷ୍ଠିତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ୱାକୋ ଓଡ଼ିଶା ୪୯ଟି ପଦକ ହାସଲ କରିଛନ୍ତି । ସେଥିମଧ୍ୟରୁ ଢେଙ୍କାନାଳ ଡାଇମଣ୍ଡ  କିକ୍ ବକ୍ସିଂ ଆସୋସିଏସନ୍ର ମୋଟ୍ ୩ଟି ପଦକରୁ ଗୋଟିଏ ରୌପ୍ୟ ଏବଂ ୨ଟି କାଂସ୍ୟ ପଦକ ହାସଲ କରିଛନ୍ତି । ବାଳକ ବିଭାଗରେ ଭବାନୀ ପ୍ରସାଦ ଭଞ୍ଜ ୩୩କେଜି ଲାଇଟ୍ କଂଟାକ୍ଟରେ କାଂସ୍ୟ ଏବଂ କିକ୍ ଲାଇଟ୍ରେ ରୌପ୍ୟ ପଦକ ଏବଂ ବାଳିକା ବଭାଗରେ ରିତିଶା ମହାପାତ୍ର ୩୬କେଜି ଲାଇଟ୍ କଂଟାକ୍ଟରେ କାଂସ୍ୟ ପଦକ ହାସଲ କରିଛନ୍ତି । ମିହିର କୁମାର ସାହୁ ଟିମ୍ କୋଚ୍ ଭାବରେ ଦାୟିତ୍ୱ ତୁଲାଇଥିଲେ । ଆମେଚୋର କିକ୍ ବକ୍ସିଂ ଆସୋସିଏସନ୍ ଅଫ ଓଡ଼ିଶାର ସଭାପତି କାର୍ତ୍ତିକ ଡାକୁଆ, ସମ୍ପାଦକ ବିଚିତ୍ର ନାରାୟଣ ଜେନା ଏବଂ ଢେଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ୍ର ସମସ୍ତ ସଦସ୍ୟ ଏବଂ ଆସୋସିଏସନ୍ର କୋଚ୍ମାନେ ସମସ୍ତ ଖେଳାଳୀମାନଙ୍କ ସଫଳତା ପାଇଁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।