ଆଶା ପ୍ଲେ’ ସ୍କୁଲରେ ଗୁରୁଦିବସ

 ଜଟଣୀ : ଜଟଣୀ ସହରର ପ୍ରଥମ ତଥା ସର୍ବ ପୁରାତନ ଆଶା ପ୍ଲେ ସ୍କୁଲରେ ଗୁରୁଦିବସ ପାଳିତ ହୋଇଛି । ସ୍କୁଲର ପ୍ରତିଷ୍ଠାତା ସମାଜସେବୀ ପ୍ରଦୀପ୍ତ ଶତପଥୀଙ୍କ ସଂଯୋଜନାରେ ସ୍କୁଲର ଶିଶୁ ଛାତ୍ରଛାତ୍ରୀମାନେ ଶିକ୍ଷୟତ୍ରୀଙ୍କୁ ଭକ୍ତିପୂତ ପ୍ରଣାମ ଜ୍ଞାପନ କରିଥିଲେ । ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ବିଜୟିନୀ ଦାଶ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇଂ. ଅଂଶୁମାନ ଶତପଥୀ, ଶିକ୍ଷୟିତ୍ରୀ ଇଲା ସାମନ୍ତରା, ଜୟଲକ୍ଷ୍ମି କାନୁନଗୋ, ଦୀପ୍ତିମୟୀ ମଙ୍ଗରାଜ ଏବଂ ପୂଜା ସାମନ୍ତରା ପ୍ରମୂଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।