କିଟରେ ସ୍ଥିରତା ସୁନିଶ୍ଚିତ ହେଉ

ଗତ ୧୬ ତାରିଖରେ କିଟ୍ ବିଶ୍ୱବିଦ୍ୟାଳୟରେ ଯେଉଁ ଘଟଣା ଘଟିଲା, ଏଥିରେ ବିଶ୍ୱବିଦ୍ୟାଳୟ, ଏହାର ଛାତ୍ରଛାତ୍ରୀ ଏବଂ ଅଭିଭାବକ ତଥା ଶୁଭେଚ୍ଛୁ ଗଭୀର ପ୍ରଭାବିତ ହୋଇଛନ୍ତି । ବାଣୀବିହାର ୧୯୮୬ ବ୍ୟାଚ୍ର ପୁରାତନ ଛାତ୍ର ହିସାବରେ ଆମେ ଏହି ଘଟଣା ପ୍ରତି ଦୁଃଖର ସହ ସହାନୁଭୂତି ପ୍ରକାଶ କରୁଛୁ । ଯଦିଓ ଏହି ସମଗ୍ର ଘଟଣା ଗୁରୁତ୍ୱପୂର୍ଣ୍ଣ, ଏହି ଘଟଣା ପଛରେ ରହିଥିବା ସତ୍ୟତା ସୁନିଶ୍ଚିତତା ଏବଂ ବିଶ୍ୱବିଦ୍ୟାଳୟରେ ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ଦିଗରେ କାର୍ଯ୍ୟ କରିବା ହେଉଛି ବର୍ତ୍ତମାନ ସମୟରେ ଆମର ଦାୟିତ୍ୱ ।
ବିଶ୍ୱବ୍ୟାପୀ ଏବଂ ଭାରତର ଅନେକ ପ୍ରମୁଖ ଅନୁଷ୍ଠାନରେ ବ୍ୟକ୍ତିଗତ କାରଣରୁ ସଂପ୍ରତି ଆତ୍ମହତ୍ୟା ଭଳି ଦୁଃଖଦ ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଏହି ଘଟଣା ନିଶ୍ଚିତ ଭାବେ ଚିନ୍ତାଜନକ । କିଟ୍ରେ କେତେଜଣ କର୍ମଚାରୀ ପରିସ୍ଥିତିକୁ ପରିଚାଳନାରେ ବିଫଳ ହୋଇଥିବାରୁ ଏଭଳି ଦୁଃଖଦ ଘଟଣା ଘଟିଲା । ଛାତ୍ର ଅସନ୍ତୋଷକୁ ନିୟନ୍ତ୍ରଣ କରିବା ସବୁବେଳେ ଚାଲେଞ୍ଜପୂର୍ଣ୍ଣ ହୋଇଥାଏ । ପୂର୍ବରୁ ଏଭଳି ଅନେକ ଘଟଣା ଦେଖିବାକୁ ମିଳିଛି; ଯେଉଁଠି ଛାତ୍ରଗୋଷ୍ଠୀ ଥରେ ଭାବପ୍ରବଣ ହୋଇଗଲେ ସେମାନଙ୍କୁ ନିୟନ୍ତ୍ରଣ କରି ଶୃଙ୍ଖଳା ଫେରାଇ ଆଣିବା କଷ୍ଟକର ହୋଇଥାଏ । ଯାହା କି କିଟ୍ ବିଶ୍ୱବିଦ୍ୟାଳୟରେ ଦେଖିବାକୁ ମିଳିଛି ।
ବିଶୃଙ୍ଖଳା ସତ୍ତ୍ୱେ କିଟ୍ କର୍ତ୍ତୃପକ୍ଷ ଭୁବନେଶ୍ୱର କମିଶନରେଟ୍ ପୁଲିସ ସହଯୋଗରେ ଶାନ୍ତି ଫେରାଇ ଆଣିବା ସହ ଘଟଣା ଯେଭଳି ଅଧିକ ନ ବଢ଼େ ସେ ଦିଗରେ ତ୍ୱରିତ ପଦକ୍ଷେପ ନେଇଛନ୍ତି । ଏଭଳି ପରିସ୍ଥିତି ପାଇଁ ଯେଉଁ କର୍ମଚାରୀ ଓ ଅଧିକାରୀମାନେ ଦାୟୀ କିଟ୍ ପକ୍ଷରୁ ସେମାନଙ୍କୁ ଚାକିରିରୁ ବହିଷ୍କାର ଓ ନିଲମ୍ବନ ଆଦି ଦୃଢ଼ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯାଇଛି । ଏହି ଘଟଣାରେ କିଟ୍ କେବେ ନିଜ ଦାୟିତ୍ୱରୁ ଓହରିଯାଇନାହିଁ । କିଟ୍ ପ୍ରତିଷ୍ଠାତା ବ୍ୟକ୍ତିଗତ ଭାବେ ନେପାଳୀ ଛାତ୍ରଛାତ୍ରୀ ତଥା ନେପାଳ ଦୂତାବାସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଅନ୍ୟ ପକ୍ଷରେ ପ୍ରକୃତି ଲାମସାଲ୍ଙ୍କ ବାପା ମାଆ ଓଡ଼ିଶା ସରକାରଙ୍କ ପଦକ୍ଷେପ ଓ କିଟ୍ କର୍ତ୍ତୃପକ୍ଷଙ୍କ ସହଯୋଗରେ ସନ୍ତୋଷ ପ୍ରକାଶ କରିଛିନ୍ତି । ପରିସ୍ଥିତିକୁ ସ୍ୱାଭାବିକ କରିବା ଏବଂ ସୁନିଶ୍ଚିତ ନ୍ୟାୟ ଦିଗରେ କୁଟନୈତିକ ସ୍ତରରେ ବୈଦେଶିକ ବ୍ୟପାର ମନ୍ତ୍ରାଳୟ ପକ୍ଷରୁ ପଦକ୍ଷେପ ନିଆଯାଇଛି ।
କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ଓ କୁଳସଚିବ ଏଥିପାଇଁ ସାଧାରଣରେ କ୍ଷମା ପ୍ରାର୍ଥନା କରିସାରିଛି । ତଥାପି କିଟ୍ ଓ କିସ୍ ତଥା ଏହାର ପ୍ରତିଷ୍ଠାତାଙ୍କ ବିରୋଧରେ କ୍ରମାଗତ ଭାବେ ନକାରାତ୍ମକ ପ୍ରଚାର କରାଯିବା ହେଉଛି ଏବେ ଚିନ୍ତାର ବିଷୟ । ଏହା ଆମ ସମସ୍ତଙ୍କୁ ବ୍ୟଥିତ କରିଛି । କେତେକ ଗଣମାଧ୍ୟମ, ସଙ୍ଗଠନ ଓ ବ୍ୟକ୍ତିବିଶେଷ ଅଯଥା ଏହି ଘଟଣାକୁ ବଢ଼ାଇ ଅଶାନ୍ତି ସୃଷ୍ଟି କରିବା ସହ ଭାରତର ଏକ ସମ୍ମାନଜନକ ଶିକ୍ଷାନୁଷ୍ଠାନକୁ ବଦନାମ କରିବାରେ ଲାଗିପଡ଼ିଛନ୍ତି । ଏହା ସତ୍ୟ ଯେ, କିଟ୍ ଓ କିସ୍ ବିଶ୍ୱର ଦୁଇଟି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଏବଂ ପୂର୍ବ ଭାରତର ସର୍ବବୃହତ ଶିକ୍ଷା ହବ୍ ଭାବେ ପରିଚିତ ଲାଭ କରିଛି ।
କିଛି ଉଲ୍ଲେଖନୀୟ ସଫଳତା, କିଟ୍ ଏ ୨୦ ଗ୍ଦଙ୍କଜ୍ଞଜ୍ଞସଗ୍ଧ  ସମୟରେ ଣକ୍ଟଙ୍କଗ୍ଧଷ ୨୦ ଆୟୋଜନ କରିଥିଲା ଏବଂ ଏଥିରେ ୨୫ଟି ଦେଶର ସାଂସଦ ଯୋଗ ଦେଇଥିଲେ । ଜାତିସଂଘ ଅର୍ଥନୈତିକ ଓ ସାମାଜିକ ପରିଷଦ (ଟଘ ଋଉଙଝଙଉ) ପକ୍ଷରୁ ଉଭୟ କିଟ୍ ଓ କିସ୍କୁ ସ୍ୱତନ୍ତ୍ର ପରାମର୍ଶଦାତା ମାନ୍ୟତା ପ୍ରଦାନ କରାଯାଇଥିଲା; ଯାହାକି ଭାରତ ପାଇଁ ଏକ ବିରଳ ସମ୍ମାନ । କିଟ୍ ଓ  କିସ୍କୁ ୧୦୦ରୁ ଊଦ୍ଧ୍ୱର୍ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନ ଓ ସ୍ୱୀକୃତି ମିଳିଛି, ଯାହାକି କିଟ୍ ଓ କିସ୍ର ଶୈକ୍ଷିକ ଉକ୍ରର୍ଷତା ଓ ମାନବିକ ଯୋଗଦାନକୁ ସୁଦୃଢ କରିଛି ।
କିଟ୍, କିସ୍ ଓ ଏହାର ପ୍ରତିଷ୍ଠାତାଙ୍କ ଉପରେ ଲଗାତାର ଆକ୍ରମଣ କେବଳ କିଟ୍  ବିଶ୍ୱବିଦ୍ୟାଳୟକୁ କ୍ଷତି ପହଞ୍ଚାଇବ ତାହା ନୁହେଁ, ଏହା ମଧ୍ୟ ସାମଗ୍ରିକ ଭାବେ ଓଡ଼ିଶାର ସୁଖ୍ୟାତିରେ ଆଞ୍ଚ ଆଣିବ । ଆମେ ନିଶ୍ଚିତ ଭାବେ ମନେରଖିବା ଉଚିତ ଯେ, ବିଶ୍ୱସ୍ତରୀୟ ସହଯୋଗିତା ଏବଂ ସହଭାଗୀତା ନିମନ୍ତେ କିଟ୍ ଏବଂ କିସ୍କୁ ସର୍ବଦା ଏକ ଅନୁକରଣୀୟ ମଡେଲ ଭାବରେ ବିବେଚନା କରାଯାଉଛି । କେତେକ ମୁଷ୍ଟିମେୟ ପ୍ରଭାବଶାଳୀ ବ୍ୟକ୍ତି ଓ ବିରୋଧୀ ସେମାନଙ୍କ ବ୍ୟକ୍ତିଗତ ଆକ୍ରୋଶ ଓ ନ୍ୟସ୍ତସ୍ୱାର୍ଥ ପାଇଁ ଏଭଳି ଭାବେ ନିରନ୍ତର ବଦନାମ କରି ଚାଲିଛନ୍ତି । ଏହି ମନ୍ଦ ଅଭିଯାନ ନ୍ୟାୟ ପାଇଁ ନୁହେଁ  ବରଂ ଏହା କେବଳ କିଟ୍, କିସ୍ ଓ ଏହାର ପ୍ରତିଷ୍ଠାତାଙ୍କୁ ବଦନାମ କରିବା ପାଇଁ ଏକ ସୁପରିକଳ୍ପିତ ଅଭିଯାନ । ଯଦି ଏଭଳି ଅପପ୍ରଚାର ଅଭିଯାନ ଚାଲୁ ରହେ, ତେବେ ଓଡ଼ିଶାର ବିକାଶରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଥିବା ବ୍ୟବସାୟ ଓ ଅନ୍ତର୍ଜାତୀୟ ସହଭାଗିତା ଗୁରୁତର ପ୍ରଭାବିତ ହୋଇପାରେ । ଏହି ଘଟଣାକୁ ଆଗକୁ ନ ବଢ଼ାଇ ଓ ରାଜନୀତିକରଣ ନ କରି, ବର୍ତ୍ତମାନ ସମୟରେ ଏହି ଅନୁଷ୍ଠାନକୁ ସହଯୋଗ ଯୋଗାଇ ଦେବା, ଅନୁଷ୍ଠାନ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ସ୍ୱାଗତ କରିବା ଏବଂ ଶାନ୍ତିର ବାତାବରଣ ଫେରାଇ ଆଣିବା ଉଚିତ । ପରିସ୍ଥିତିର ମୁକାବିଲା ପାଇଁ କିଟ୍ କର୍ତ୍ତୃପକ୍ଷ ସ୍ୱଚ୍ଛତା ଓ ଦାୟିତ୍ୱର ସହ କ୍ଷମତା ଅନୁଯାୟୀ ପଦକ୍ଷେପ ନେଇଛନ୍ତି । କିଟ୍ ପ୍ରତିଷ୍ଠାତା ନିଜର ସମଗ୍ର ଜୀବନ ଶିକ୍ଷା ଓ ସମାଜ କଲ୍ୟାଣରେ ଉତ୍ସର୍ଗ କରିଦେଇଥିବା ବେଳେ ଏହି ଘଟଣାକୁ ତାଙ୍କୁ ନିଶାଣ କରାଯାଇ ମର୍ମାହତ କରାଯିବା ସବୁଠାରୁ ଦୁଃଖର କଥା । ଏଭଳି ପରିସ୍ଥିତିରେ ତାଙ୍କୁ ସମର୍ଥନ ଓ ସହଯୋଗ ଯୋଗାଇ ଦେବା ପରିବର୍ତ୍ତେ ତାଙ୍କ ଉପରେ ସମସ୍ତ ଦୋଷ ଲଦି ଦିଆଯାଇଛି; ଯିଏ କି ସମାଜର ବିକାଶ ବ୍ୟତୀତ ନିଜ ପାଇଁ କେବେ ବି ଚିନ୍ତା କରିନାହାନ୍ତି । ଏହି ପରିପ୍ରେକ୍ଷିରେ ଆମେ ସମସ୍ତ ଶୁଭେଚ୍ଛୁ, ଗଣମାଧ୍ୟମ ଓ ଜନସାଧାରଣଙ୍କୁ ନିବେଦନ କରୁଛୁ, ଏଭଳି ନିରନ୍ତର ଅପପ୍ରଚାର ଲାଭ ଦାୟକ ହେବ ନା ରାଜ୍ୟର ସୁଖ୍ୟାତି ଓ ଶୈକ୍ଷିକ ପରିବେଶ ଏବଂ ଏହାର ବିଶ୍ୱ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବ? ଏକଥା ସମସ୍ତେ ବିଚାର କରନ୍ତୁ । ତେବେ ଛାତ୍ର, ଅନୁଷ୍ଠାନ ତଥା ବୃହତ୍ତର ମଙ୍ଗଳ ପାଇଁ ଶାନ୍ତି ବଜାୟ ରଖିବା ଓ ଆଇନକୁ ନିଜ ବାଟରେ ଯିବାକୁ ଦେବା ଏବଂ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବାର ସମୟ ଆସିଛି । କିଟ୍ ସର୍ବଦା ଶିକ୍ଷା, ବିକାଶ ଓ ବିଶ୍ୱସ୍ତରୀୟ ସ୍ୱୀକୃତି ପାଇଁ ଛିଡ଼ା ହୋଇଛି । ଓଡ଼ିଶା ଓ ଭାରତ ପ୍ରତି ଏହି ଅନୁଷ୍ଠାନର ଯେଉଁ ଅବଦାନ ରହିଛି ତାହାକୁ ବିଭ୍ରାନ୍ତକାରୀ ତଥ୍ୟ ମାଧ୍ୟମରେ କଦାପି ନଷ୍ଟ କରିବାକୁ ଦେବାନାହିଁ ।
ସଭାପତି, ବାଣୀବିହାର- ୮୬