ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବିଜୟା ଦଶମୀ ପାଳିତ 

 ନୂଆପଡ଼ା : ନୂଆପଡା ଜିଲ୍ଲାର ଖଡ଼ିଆଳ ବ୍ଲକ ଚିନ୍ଦାଗୁଡ଼ା ମଣ୍ଡଳ ଗୋଇମୁଣ୍ଡି ଗ୍ରାମରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଜୟା ଦଶମୀ ଓ ଜନ୍ମଜୟନ୍ତୀ ପାଳିତ ହୋଇ ଯାଇଛି  । ଏଥିରେ ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ମଣ୍ଡଳ ସଞ୍ଚାଳକ ବିନୋଦ କୁମାର ଅଗ୍ରୱାଲ, ବିଶିଷ୍ଠ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତ୍ରିଲୋଚନ ବିଶି, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସ୍ୱୟଂ ସେବକ ପ୍ରଦୀପ୍ତ କୁମାର ରାଉତ  ଯୋଗଦାନ କରି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସାରା ଭାରତ ବର୍ଷରେ ନିଜର ପରାକାଷ୍ଠା ପ୍ରଦର୍ଶନ କରି କୋଟି କୋଟି ହିନ୍ଦୁ ସମାଜ ସମେତ ସମସ୍ତ ଧର୍ମର ପ୍ରିୟ ଭାଜନ ହୋଇ ୧୦୦ ବର୍ଷ ପୂରଣ କରିଥିବାରୁ ଖୁସି ବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ଚିନ୍ଦାଗୁଡ଼ା ମଣ୍ଡଳ ପ୍ରମୁଖ ତଥା ଅବସର ପ୍ରାପ୍ତ ପୁଲିସ ସବ ଇନସ୍ପେକ୍ଟର ଲଛିନ୍ଦ୍ର କୁମାର ଚଲାନ ଅଧ୍ୟକ୍ଷତା କରୁଥିବା ବେଳେ ହିମାଂଶୁ ପୋଡ଼ ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ରେ ବରିଷ୍ଠ ସ୍ୱୟଂ ସେବକ ଗୋଇମୁଣ୍ଡି ଗୌନ୍ତିଆ ସୁଶୀଲ କୁମାର ଚଲାନ, ତୁମେଶ୍ୱର ଚଲାନ,ଯଜ୍ଞ କୁମାର ମହାରଥା, ଅଜିତ କିଶୋର ଚଲାନ,ନିଲକେଶ ଦଣ୍ଡସେନା,ରୂପଚନ, ପ୍ରଧାନ, କ୍ଷୀରୋଦ ରଣା, ନିରୁପମା ପଣ୍ଡା, ଖୁସବୁ ବାରିକ,ଦନାରଦନ ପାତ୍ର, ଉମାକାନ୍ତ ରାଉତ, ଆଶୋକ କୁମାର ରାଉତ,ପ୍ରଦୀପ କୁମାର ଖମାରୀ, ସହଦେବ ରାଉତ,ଗରୁଡେଶ୍ୱର ଗହିର, ବରିଷ୍ଠ ଆଇଜୀବୀ ସଜ୍ଜନ ଅଗ୍ରୱାଲ, ସୁରେଶ ହଟୱାର, ଭାନୁଚନ୍ଦ୍ର ସୁନାନୀ, ସଞ୍ଜୟ ଚଲାନ, ଭଗବାନ ଚଲାନ, ଭଗତ ସିଂହ ସୁନାନୀ , ନବୀନ ବିଶି,ସନ୍ତୋଷ ବିଶି, ଅନୁଗ୍ରହ ବାରିକ, ଧର୍ମବୀର ରାଉତ, ଯୋଗେଶ ଚଲାନ, ଅମରେଶ ବନଛୋର ସମେତ ଶତାଧିକ ଆରଏସଏସ କର୍ମୀ ଉପସ୍ଥିତ ଥିଲେ ।