କିନ୍ନରଙ୍କ ଦାଦାଗିରି
ଧାମନଗର : ଧାମନଗର ଅଞ୍ଚଳରେ ଚୋରି, ଦୁଷ୍କର୍ମ, ଚୋରା ମଦ ଓ ବେଆଇନି ଗୋରୁ ଚାଲାଣ ନେଇ ବିଭିନ୍ନ ସ୍ଥାନରେ ଧାମନଗର ନିନ୍ଦିତ ହେଉଥିବା ବେଳେ, ଏବେ କିନରମାନେ ଆସି ଆତଙ୍କ ସୃଷ୍ଟି କରୁଛନ୍ତି । ସୂଚନା ଥାଉକି ଧାମନଗର ଅଞ୍ଚଳ ରେ କିଛିଦିନ ହେବ କିନର ମାନେ ଆସି ଦୋକାନରେ ଜୋର ଜବରଦସ୍ତ ଟଙ୍କା ମାଗୁଥିବା ବେଳେ, ଯେଉ ମାନେ ଟଙ୍କା ନ ଦେଉଛନ୍ତି ସେମାନଙ୍କୁ ଗାଳିଗୁଲଜ କରି ଦୋକାନରୁ ଜିନିଷ ବାହାରକୁ ପକାଇ ଦେଉଛନ୍ତି । ଘଟଣାରୁ ପ୍ରକାଶ ଯେ, ଧାମନଗର ଟ୍ରେକର ଷ୍ଟାଣ୍ଡ ନିକଟରେ ସନ୍ତୋଷ ବେହେରା ଏକ ଭେରାଇଟି ଷ୍ଟୋର କରିଛନ୍ତି । ଏହି ସମୟରେ ଭଦ୍ରକରୁ ଆସିଥିବା ରୋହିଣୀ ପ୍ରଧାନ ନାମକ ଜଣେ କିନର ସନ୍ତୋଷକୁ ଟଙ୍କା ମାଗିଥିଲେ । ସନ୍ତୋଷ କହିଲା ଟିକିଏ ଛାଡିକି ଆସ ମାତ୍ର ସେ ରାଗିଯାଇ ଦୋକାନୀକୁ ଗାଳିଗୁଲଜ ସହ ବିଭିନ୍ନ ଧମକ ଦେଇ ତାଙ୍କ ଦୋକାନରୁ ବିଭିନ୍ନ ସାମଗ୍ରୀ ବାହାରକୁ ପକାଇ ଦେଇଥିଲେ । ଏ ନେଇ ସନ୍ତୋଷ ଧାମନଗର ଥାନାକୁ ଫୋନ କରିବାପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣା ଘଟାଇଥିବା କିନର କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛନ୍ତି ।