ଗଣେଶ କମିଟିର ସାଂସ୍କୃତିକ ଉତ୍ସବ
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ମାଳଦା ପିଲା ଗଣେଶ କମିଟିର ନବମ ବାର୍ଷିକ ପୂଜା ସହ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଖବରଦାତା ଦୁର୍ଯେ୍ୟାଧନ ଲେଙ୍କାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ବିଧାୟକ ସଞ୍ଜିବ କୁମାର ମଲ୍ଲିକ ଯୋଗଦେଇ ପୂଜା ଉତ୍ସବ ଭାଇଚାରାର ପ୍ରତୀକ ବୋଲି କହିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ସୁମତୀ ସେଠୀ, ଜିଲ୍ଲା ପରିଷଦ ସଭ୍ୟ ଉକ୍ରଳ କେଶରୀ ମହାନ୍ତି, ଲକ୍ଷ୍ମୀଧର ସାହୁ, ସମିତି ସଭ୍ୟା ରୀତାଞ୍ଜଳି ସାମଲ, ବରିଷ୍ଠ ନାଗରିକ ନୃସିଂହ ଖିଲାର, ଶିକ୍ଷାବିତ୍ ଦେବେନ୍ଦ୍ର ମହାନ୍ତି, ଯୁବନେତା ଭାଗିରଥି ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ସମାଜସେବୀ ପ୍ରତୁ୍ୟଷ ସାମଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପୂଜା କମିଟି ସଭାପତି ପରେଶ ଜେନା ସ୍ୱାଗତ ଭାଷଣ ଓ ସମ୍ପାଦକ ସପନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ମୁଖ୍ୟଅତିଥି ମୁର୍ତ୍ତି କାରିଗର ତଥା ଚିତ୍ର ଶିଳ୍ପୀ କ୍ଷୀରୋଦ ଚନ୍ଦ୍ର ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଦସ୍ୟ ମହେଶ୍ୱର ଜେନା, ଅରୁଣ କୁମାର ଜେନା, ଗଣେଶ ଜେନା, ସାଗର ଜେନା, ବିକ୍ରମ ଜେନା, ପ୍ରଶାନ୍ତ ଜେନା, ସତ୍ୟଜିତ ସାମଲ, ପ୍ରସନ୍ନଜିତ ସାମଲ, ରାକେଶ ଜେନା, କାର୍ତ୍ତିକ ଜେନା, କାଠିଆ ଜେନା, ପପୁନ ଜେନା ପ୍ରମୁଖ ପରିଚାଳନା କରିଥିଲେ ।