ପୁରୀ-ରାଉରକେଲା ବନେ୍ଦ ଭାରତ ଏକ୍ସପ୍ରେସର କୋଚ ସଂଖ୍ୟା ବୃଦ୍ଧି

 ଭୁବନେଶ୍ୱର :  ପୁରୀ ଏବଂ ରାଉରକେଲା ମଧ୍ୟରେ ଦ୍ରୁତ ଏବଂ ଅଧିକ ଆରାମଦାୟକ ରେଳ ଯାତ୍ରା ଉପଲବ୍ଧ କରାଇବା ପାଇଁ ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ୨୦୮୩୬/୨୦୮୩୫ ପୁରୀ-ରାଉରକେଲା-ପୁରୀ ବନେ୍ଦ ଭାରତ ଏକ୍ସପ୍ରେସରେ ୫୦% କୋଚ୍ ବୃଦ୍ଧି ଘୋଷଣା କରିଛି  । ଏହି ଟ୍ରେନଟି ଆସନ୍ତା ୭ ଅଗଷ୍ଟ ଠାରୁ ୮ କୋଚ୍ ବଦଳରେ ୧୬ କୋଚ୍ ସହିତ ଚଳାଚଳ କରିବ । ଏହି କୋଚ ସଂଯୋଗ ବୃଦ୍ଧିରେ ଆଠଟି ଏସି ଚେୟାର କାର୍ କୋଚ୍ ଯୋଡାଯାଇଛି, ଯାହାର ଲକ୍ଷ୍ୟ ହେଉଛି ଯାତ୍ରୀଙ୍କ ୱେଟିଂ ଲିଷ୍ଟକୁ ହ୍ରାସ କରିବା, ଯାତ୍ରୀ ସଂଖ୍ୟାକୁ ବୃଦ୍ଧି କରିବା ଏବଂ ସମଗ୍ର ଓଡ଼ିଶାରେ ଏହି ପ୍ରତିଷ୍ଠିତ ସେମି-ହାଇ-ସ୍ପିଡ୍ ଟ୍ରେନ୍ ସେବାକୁ ଆହୁରି ପ୍ରୋସôାହିତ କରିବା । ଅପଗ୍ରେଡ୍ ରେକ୍ କମ୍ପୋଜିସନ୍ରେ ଏବେ ୧୨ଟି ଏସି ଚେୟାର କାର୍ କୋଚ୍, ୨ଟି ଏକଜିକୁ୍ୟଟିଭ୍ ଚେୟାର କାର୍ କୋଚ୍ ଏବଂ ୨ଟି କ୍ରିୟୁ ଏବଂ ଏସି ଚେୟାର କାର୍ କୋଚ୍ ରହିବ । ପୁରୀ-ରାଉରକେଲା ବନେ୍ଦ ଭାରତ ଏକ୍ସପ୍ରେସ୍ ଆରମ୍ଭ ହେବା ପରଠାରୁ ଯାତ୍ରୀମାନଙ୍କଠାରୁ ବହୁତ ଭଲ ପ୍ରତିକ୍ରିୟା ପାଇଛି । ଏହି ଟ୍ରେନ୍ଟି  ବର୍ତ୍ତମାନ ୧୧୦% ରୁ ଅଧିକ କ୍ଷମତାରେ ଚଳାଚଳ କରୁଛି । ଯାହା ଏହାର ଲୋକପ୍ରିୟତାକୁ ଦର୍ଶାଉଛି । ଟ୍ରେନ୍ ନମ୍ବର ୨୦୮୩୬ (ପୁରୀ-ରାଉରକେଲା) ୧୧୨.୭୬% ଚାହିଦା ରେକର୍ଡ କରିଛି ଏବଂ ଟ୍ରେନ୍ ନମ୍ବର ୨୦୮୩୫ (ରାଉରକେଲା-ପୁରୀ)ର ୧୨୭.୬୪% ଚାହିଦା ରହିଛି  ଯାହା ୈନନ୍ଦିନ ଯାତ୍ରୀ, ବ୍ୟବସାୟୀ  ଏବଂ ପର୍ଯ୍ୟଟକଙ୍କ ମଧ୍ୟରେ ଏହାର ବର୍ଦ୍ଧିତ ଲୋକପ୍ରିୟତାକୁ ପ୍ରତିଫଳିତ କରୁଛି  ।