କୁଆଖିଆ ପ୍ରେସ୍ କ୍ଲବ୍ର ସାଧାରଣ ବୈଠକ

 କୁଆଖିଆ: ପ୍ରେସ୍ କ୍ଲବର ୯୨ତମ ସାଧାରଣ ବୈଠକ ସଭାପତି ନିଗମାନନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରେସ୍ କ୍ଲବର ୩୪ତମ ବାର୍ଷିକୋତ୍ସବ ସ୍ୱାଧିନତା ସଂଗ୍ରାମୀ ସ୍ୱର୍ଗତ ପରମାନନ୍ଦ ମହାନ୍ତିଙ୍କ ୧୦୯ ତମ ଜନ୍ମଜୟନ୍ତୀ ଅବସରରେ ମାର୍ଚ୍ଚ ୧୧ ତାରିଖରେ ଅଭିମନୁ୍ୟ ସାମନ୍ତ ସିଂହାର ଭବନ ପରିସରରେ ଅନୁଷ୍ଠିତ ହେବାପାଇଁ ସର୍ବସମ୍ମତି କ୍ରମେ ସ୍ଥିର କରାଯାଇଥିଲା । ବାର୍ଷିକୋତ୍ସବ ଅବସରରେ ପ୍ରେସ୍ କ୍ଲବ୍ର ଏକ ସ୍ମରଣିକା "ଲୋକ ସ୍ୱର’ ପ୍ରକାଶ ପାଇବା ସହ ୫ଜଣ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ପ୍ରଦାନକରା ଯିବାକୁ ନିଷ୍ପତି ହୋଇଥିଲା । ବୈଠକରେ ଉପଦେଷ୍ଟା କୈଳାସ ଚନ୍ଦ୍ର ରାଉତ, ଅମୁଲ୍ୟ ପତି, ଉପସଭାପତି ବିଶ୍ୱନାଥ ପଣ୍ଡା, ସମ୍ପାଦକ କାଳନ୍ଦି ଚରଣ କଣ୍ଠ, ସହସମ୍ପାଦକ କୈଳାସ ଚନ୍ଦ୍ର ମଲିକ, କୋଷାଧ୍ୟକ୍ଷ ପଦ୍ମଲୋଚନ ନାୟକ, ବରିଷ୍ଠ ସଦସ୍ୟ ଅମୁଲ୍ୟ ବରାଳ, ଆଲୋକ ପହି, ଅଞ୍ଜନ ପତି, ସୁଭେନ୍ଦୁ ସାମଲ, ପ୍ରଶାନ୍ତ ନାୟକ, ଶରତ ଦାସ, ସୁନୀଲ ମନୋହର ସାମନ୍ତରାୟ, ସଞ୍ଜିବ୍ ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।