ଗାଡି ଧକ୍କାରେ ପଥଚାରୀଙ୍କ ମୃତୁ୍ୟ
ରଗଡ଼ି : ରବିବାର ମଧ୍ୟାହ୍ନ ୧୧ଟା ସମୟରେ କୋରେଇ ଥାନା ରଗଡି ଛକ ଓଭର ବ୍ରିଜ ନିକଟରେ ଗାଡି ଧକ୍କାରେ ଜଣେ ପଥଚାରୀଙ୍କ ମୃତୁ୍ୟ ଘଟିଛି । ମୃତକ ଯଖପୁରା ଥାନା ଦଶମାଣିଆ ଗ୍ରାମର ଚିରଞ୍ଜୀବ ପ୍ରଧାନ(୪୩) ହୋଇଥିବା ବେଳେ ଶଶୁର ଘର ନିକଟସ୍ଥ ପୂର୍ବକୋଟକୁ ଯିବା ସମୟରେ ରାସ୍ତା କଡ଼ରେ ଛିଡା ହୋଇଥିବା ବେଳେ ଓଡି-୦୨ବିଟି-୩୨୭୭ ନାମକ ଏକ କାର ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ୧୦୮ଆମ୍ବୁଲାନ୍ସ ଯୋଗେ ଦାନଗଦୀ ଡାକ୍ତର ଖାନାକୁ ପଠାଇଥିବା ବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ପୁଲିସ ଡାକ୍ତର ଖାନରେ ପହଁଚି ଶବ ଜବତ କରି ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି ।