କାଠ ସହ ଟ୍ରକ ଜବତ୍ 

କେନ୍ଦୁଝର : କେନ୍ଦୁଝର ସଦର ରେଞ୍ଜ ନରଣପୁର ସେକ୍ସନ ବଲାଣିପଶି ନିକଟ ଉକୁଚାବେଡାରୁ ଏକ ସରକାରୀ ଜମିରୁ ୟୁକାଲିପଟାସ ଗଛ କାଟି ୨ଟି ଟ୍ରକ ଏବଂ ଗୋଟିଏ ଟ୍ରାକ୍ଟରେ ଚାଲାଣ ବେଳେ ବନ ବିଭାଗ ଜବତ୍ କରିଛି । ବନ ବିଭାଗ କାଠ ବୋଝେଇ ୨ଟି ଟ୍ରକ ଏବଂ ଗୋଟିଏ ଟ୍ରାକ୍ଟର ଜବତ୍ କରିଥିବାବେଳେ ଗୋଟିଏ ଟ୍ରାକ୍ଟର ଏବଂ ଗୋଟିଏ ଟ୍ରକ ଛାଡି ଦେଇଥିବା ଅଭିଯୋଗ ହୋଇଛି । ଏନେଇ ସଦର ରେଞ୍ଜର ଅଜିତ୍ ଦାସଙ୍କୁ ପଚାରିବାରୁ ବିନା ଅନୁମତିରେ କାଠ କାଟି ଚାଲାଣ କରୁଥିବାରୁ ମାମଲା ରୁଜୁ କରାଯାଇଛି ବୋଲି କହିଛନ୍ତି । ସେଥିମଧ୍ୟରୁ ଗୋଟିଏ ଟ୍ରାକ୍ଟର ଏବଂ ଗୋଟିଏ ଟ୍ରକକୁ ୩୦ ହଜାର ଟଙ୍କା ଜରିମାନା ଆଦାୟ ପରେ ଛାଡି ଦିଆଯାଇଛି ଏବଂ ଗୋଟିଏ ଟ୍ରକ ଜବତ୍ କରାଯାଇଛି । ରାଜସ୍ୱ ବିଭାଗ ଏବଂ ବନ ବିଭାଗ ଦ୍ୱାର ଯୁଗ୍ମ ଭାବେ ଏହାର ଯାଞ୍ଚ କଲେ କେତେ ଗଛ କଟାଯାଇଛି ଏବଂ କେଉଁ କିସମ ଜମିରୁ କଟାଯାଇଛି ତାହା ଜଣାପଡିବ । ତେବେ ବିନା ଅନୁମତିରେ ସରକାରୀ ଜମିରୁ ଏତେ ସଂଖ୍ୟକ ଗଛ କିପରି କଟାଗଲା ତାହା ଯାଞ୍ଚ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।