କୁକର୍ମ ଘଟଣାରେ ୩ ଗିରଫ


ାା ପ୍ରଭାନୁ୍ୟଜ୍ ।ା ତିହିଡ଼ି/ଚାନ୍ଦବାଲି,  : ଜଣେ ଆଦିବାସୀ ମହିଳାଙ୍କୁ କୁକର୍ମ ଘଟଣାରେ ୩ ଜଣ ଯୁବକ ଗିରଫ ହୋଇଥିବା ଜଣାପଡ଼ିଛି । ଏମିତି ଏକ ଲଜ୍ଜ୍ୟାଜନକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ । ଭଦ୍ରକ ଜିଲ୍ଲା ବେତଡ଼ା ଗ୍ରାମର ଜଣେ ଅର୍ଦ୍ଧ ବୟସ୍କ ଆଦିବାସୀ ମହିଳା ଚାନ୍ଦବାଲି ଅଞ୍ଚଳର ବିଭିନ୍ନ ସ୍ଥାନରେ ଦିନ ମଜୁରିଆ ଭାବେ କାମ କରନ୍ତି । ଗତ ୨୫ ତାରିଖ ମଙ୍ଗଳବାର ଦିନ ମହିଳା ଜଣଙ୍କ ତାଙ୍କ ଜଣେ ସମ୍ପର୍କୀୟଙ୍କ ସହିତ ଜଗନ୍ନାଥପୁର ଗ୍ରାମରୁ ଚାନ୍ଦବାଲି ଅଭିମୁଖେ ଆସୁଥିଲେ ।  ବାଟରେ ସେହି ଗ୍ରାମର ଦୁଇ ଜଣ ଯୁବକ ବାଇକ୍ ଯୋଗେ ଚାନ୍ଦବାଲି ଆସୁଥିବାରୁ ମହିଳା ଜଣଙ୍କ ସେମାନଙ୍କ ସହିତ ଚାନ୍ଦବାଲି ଆସିଥିଲେ । ମାତ୍ର କିଛି ବାଟ ଆସିବା ପରେ ମହିଳା ଜଣକ ନିଶାଶକ୍ତ ଥିବା ସେମାନେ ଜାଣିବାକୁ ପାଇଥିଲେ । ମହିଳାଙ୍କ ନିଶାଶକ୍ତ ଅବସ୍ଥାର ଫାଇଦା ଉଠାଇବା ପାଇଁ ପୁଣିଥରେ ମହିଳାଙ୍କୁ ନେଇ ଫେରି ଯାଇଥିଲେ ଏବଂ ଅନ୍ୟ ଜଣେ ସହଯୋଗୀଙ୍କୁ ଡ଼ାକିଥିଲେ । ତିନିଜଣ ଯୁବକ ମିଶି ଏକ ନିଛାଟିଆ ସ୍ଥାନରେ ମହିଳାଙ୍କୁ ଗଣକୁକର୍ମ କରିଥିଲେ । ପରେ ମହିଳାଙ୍କୁ ଉଦ୍ଧାର କରାଯାଇ ଚାନ୍ଦବାଲି ଥାନାକୁ ଅଣାଯାଇଥିଲା । ଚାନ୍ଦବାଲି ପୁଲିସ ଆକ୍ସନ୍ ମୋଡ଼ରେ ଆସିଥିଲା ଏବଂ ୩ ଦିନର ତଦନ୍ତ ପରେବହୁ ଲୋକଙ୍କୁ ତଦନ୍ତ ପରିସର କରିଥିଲା । ଶେଷରେ ଅଭିଯୁ୍କ୍ତ ପ୍ରଦୀପ ଦାସ, ପଦ୍ମଲୋଚନ ଦାସ ଓ ଜଗନ୍ନାଥ ଦାସଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।