ଷ୍ଟ୍ରିଟ୍ ଲାଇଟ୍ ଅଚଳ ହୀନସ୍ତା ଭୋଗୁଛନ୍ତି ଲୋକେ


ାା ପ୍ରଭାନୁ୍ୟଜ୍ ।ା ରାଜକନିକା,: ରାଜକନିକା ବ୍ଲକ ଅନ୍ତର୍ଗତ ଦୁର୍ଗା ଛକରୁ ଚରପଡା ଛକ ଯାଏ ଲାଗିଥିବା ରାସ୍ତା ପାଶ୍ୱର୍ ଲାଇଟ୍ ଖୁଣ୍ଟରେ ଆଉ ଲାଇଟ୍ ଜଳୁନାହି । ଫଳରେ ଯାତାୟାତରେ ହିନସ୍ଥା ଭୋଗୁଛନ୍ତି ଲୋକେ । ରାତି ଅନ୍ଧାରରେ ଯିବା ଆସିବା ପାଇଁ ଲାଗିଥିଲା ଏଇ ଲାଇଟ୍ । କିଛି ଦିନ ବି ବେଶ୍ ଆଲୋକିତ ହେଲା ଏହି ରାସ୍ତା । ଧଳା ବରଫର ଆଲୁଅରେ ଆବାଳବୃଦ୍ଧବନିତା ବେଶ୍ ଖୁସୀ ବି ହେଲେ । ହେଲେ କିଛି ଦିନ ଅନ୍ତରରେ ଧିରେ ଧିରେ ଗୋଟିକ ପରେ ଗୋଟିଏ ଲାଇଟ୍ ଖୁଣ୍ଟରୁ ଲାଇଟ୍ ଆଉ ଜଳିଲା ନାହିଁ । ଯିଏ ବି ଜଳିଲା ତାହା କେବଳ ଆଖି ମିଟିକା ମାରିଲା । ଆଜି ବାସ୍ତବ ସ୍ଥିତି ଏୟା ଯେ, ଏହି ରାସ୍ତାରେ ଲାଗିଥିବା ଲାଇଟ୍ରୁ ପ୍ରାୟତଃ ନବେ ଭାଗ ଲାଇଟ୍ ଅଚଳ । ଯିଏବା ଜଳୁଛି ଏକବାର ମିଞ୍ଜି ମିଞ୍ଜି ହୋଇ । ଆଗରୁ ଖରାପ ହେବା ପରେ ଠିକାଦାର ସଂସ୍ଥା ବୋଧହୁଏ କିଛି ଦିନ ମରାମତି କରିଥିଲା । ହେଲେ ତା ପରଠୁଁ ଆଉ ରକ୍ଷଣାବେକ୍ଷଣ ନାଁ ଗନ୍ଧ ନାହିଁ । ସୂଚନା ଅନୁସାରେ ତକ୍ରାଳିନ ରାଜ୍ୟସଭା ସାଂସଦ ପ୍ରତାପ ଦେବଙ୍କ ପାଣ୍ଠିରୁ ଏହି ଷ୍ଟ୍ରୀଟ୍ ଲାଇଟ୍ ୨୦୧୮ ମସିହା ନଭେମ୍ବର ୧୧ ତାରିଖରେ ଖୋଦ ସାଂସଦ ମଧ୍ୟ ଏହିକୁ ଶୁଭ ଉଦଘାଟନ କରିଥିଲେ । ତେବେ ଏହି ଲାଇଟ୍ ଗୁଡିକ ଆଉ ଆଜି ଜଳୁ ନ ଥିବାରୁ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡିଲା ବୋଲି ଚର୍ଚ୍ଚା ହେଉଛି । ଏଣୁ ଅଞ୍ଚଳବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ଲାଇଟ୍ ଗୁଡ଼ିକୁ କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି ।