ସୋନିଆ ଗାନ୍ଧିଙ୍କ କୁଶପୁତ୍ତଳିକା ଦାହ

 ନୀଳଗିରି:  ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ବଜେଟ୍ ପୂର୍ବରୁ ସଂସଦର ଉଭୟ ଗୃହର ମିଳିତ ଅଭିଭାଷଣ ପରେ ଜାତୀୟ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧିଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସମଗ୍ର ଦେଶରେ ବିଜେପି ପକ୍ଷରୁ ତୀବ୍ର ନିନ୍ଦା କରାଯିବ ସହିତ କୁଶପୁତ୍ତଳିକା ଦାହ କରାଯାଇଛି । ଏହି କ୍ରମରେ ନୀଳଗିରିର ସ୍ଥାନୀୟ ବିଧାୟକ ସନ୍ତୋଷ କୁମାର ଖଟୁଆଙ୍କ ନେତୃତ୍ୱରେ ଦୁର୍ଗାମଣ୍ଡପ ଛକଠାରେ ସୋନିଆ ଗାନ୍ଧିଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ବିଜେପିର ବରିଷ୍ଠନେତା ତଥା ଜିଲ୍ଲା ଉପସଭାପତି କରୁଣାକର ପଣ୍ଡା, ଚନ୍ଦନ ଦାସ, ସମରଶଙ୍କର କାନୁନଗୋ, ପ୍ରତାପ ସେଠୀ ପ୍ରମୁଖ ବହୁ ବିଜେପିକର୍ମୀ ଉପସ୍ଥିତ ରହି ସୋନିଆ ଗାନ୍ଧିଙ୍କ ମନ୍ତବ୍ୟକୁ ନେଇ ବିଭିନ୍ନ ନାରା ଦେବା ସହିତ ରାଷ୍ଟ୍ରପତି ଏବଂ ଦେଶ ନିକଟରେ କ୍ଷମା ମାଗିବାକୁ ଦାବି କରିଥିଲେ ।