ମିଶନ ଶକ୍ତି କାଫେରେ ଝୁଲୁଛି ତାଲା


ାା ପ୍ରଭାନୁ୍ୟଜ ।ା ନିଆଳି: ବନ୍ଦ ପଡିଛି ମିଶନ ଶକ୍ତି ‘କାଫେ’ । ଆଜକୁ ୩ ମାସ ହେବ କାଫେଟି ବନ୍ଦ ପଡିଥିବାବେଳେ ଗଛ ଲତା ସବୁ ମାଡିଗଲାଣି । ଯାହାକୁ ନେଇ ମହିଳା ସଂଘ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପ୍ରକାଶ ଯେ, ନିଆଳି ମିଶନ ଶକ୍ତି ମହାସଂଘ ପକ୍ଷରୁ ନିଆଳି ସ୍ଥିତ ଇଣ୍ଡିଆନ୍ ବ୍ୟାଙ୍କ୍ରୁ ଚଉଦ ଲକ୍ଷ ଟଙ୍କା ଋଣ ଆଣି ନିଆଳି ସ୍ଥିତ ବଜାରରେ ମିଶନ ଶକ୍ତି କାଫେ କାମ ନିର୍ମାଣ କରିଥିଲେ । ପରବର୍ତ୍ତୀ ସମୟରେ ପୂର୍ବତନ ବିଧାୟକ ଡ଼ା. ପ୍ରମୋଦ କୁମାର ମଲ୍ଲିକ କାଫେ ପୂର୍ଣ୍ଣାଙ୍ଗ ନିମନ୍ତେ ସରକାର ଅର୍ଥ ଯୋଗାଇ ଦେଇଥିଲେ । କାଫେଟି ଅକ୍ଟୋବର ୨ତାରିଖ ୨୦୨୩ ଗାନ୍ଧୀ ଜୟନ୍ତୀ ଅବସରରେ ତତ୍କାଳୀନ ବିଧାୟକ ଡ଼ା. ପ୍ରମୋଦ କୁମାର ମଲ୍ଲିକ, ତତ୍କାଳୀନ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ ଅତିଥି ଭାବେ ଯୋଗ ଦେଇ ଉକ୍ତ କାଫେଟିକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସେବେଠାରୁ ଉକ୍ତ କାଫେରେ ପ୍ରତ୍ୟେକ ଦିନ ଶତାଧିକ ଗରିବ ଶ୍ରେଣୀର ଲୋକ ନିଜ କାର୍ଯ୍ୟ ପାଇଁ ଆସୁଥିବା ନିଆଳିକୁ ଲୋକମାନେ ଏହି କାଫେରେ କମ୍ ପଇସାରେ ଖାଇ ଯାଉଥିଲେ । କିନ୍ତୁ ଗତ ବିଧାନସଭା ନିର୍ବାଚନ ପରେ ରାଜନୈତିକ ଉଦେ୍ଦଶ୍ୟ ରଖି କେଉଁ ଅଦୃଶ୍ୟ ଶକ୍ତି ଚାପରେ କାଫେଟିକୁ ବନ୍ଦ କରି ଫାଟକରେ ୮.୬.୨୦୨୪ରୁ ବନ୍ଦ କରି ଦିଆଯାଇଛି । ଆଜିକୁ ୩ ମାସ ହେବ କାଫେ ବନ୍ଦ ରହି ଗଛ ଲତା ମାଡି ଗଲାଣି । ଚାବିଟି ନିଆଳି ବିଡିଓଙ୍କୁ ହସ୍ତାନ୍ତର କରାଯାଇଥିଲେ ମଧ୍ୟ କାଫେ୍ ଉପରେ ତଦନ୍ତ ଚାଲିଥିବା କହି ଉକ୍ତ କାଫେକୁ ଚଳାଇବା ପାଇଁ ମିଶନ ଶକ୍ତି ମା’ମାନଙ୍କୁ ଚଳାଇବାକୁ ଅନୁମତି ଦିଆଯାଉନାହିଁ । ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଲୋକମାନେ କମ୍ ପଇସାରେ ସୁସ୍ୱାଦୁ ଖାଦ୍ୟ ଖାଇବାରୁ ବଞ୍ଚôତ ହେଉଛନ୍ତି । ଅନ୍ୟପକ୍ଷରେ ମହାସଂଘ ଆଣିଥିବା ୧୪ ଲକ୍ଷ ଋଣକୁ କିଭଳି ଭାବରେ ସୁଝାଯିବ, ଯାହାକୁ ନେଇ ମହିଳାମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏ ନେଇ ନିଆଳି ବିଡିଓ ଜଗଦୀଶ ଷଢଙ୍ଗୀ ଉକ୍ତ କାଫେଟିକୁ ଚଳାଇବା ନିମନ୍ତେ ଯଥାଶୀଘ୍ର ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଭୟଙ୍କର ବିଦ୍ରୋହ ସୃଷ୍ଟ ହେବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି ।