କୁକୁର କାମୁଡାରେ ୧୩ ଆହତ
ବୁଗୁଡ଼ା : ବୁଗୁଡ଼ା ଅଞ୍ଚଳର ବିଭିନ୍ନ ଗ୍ରାମରେ ଦୁଇ ଦିନ ମଧ୍ୟରେ କୁକୁର କାମୁଡାରେ ୯ଜଣ ମହିଳାଙ୍କ ସମେତ ୧୩ ଜଣ ଆହତ ହୋଇ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିସôିତ ହୋଇଥିବା ଜଣାଯାଇଛି । ଗତ ଶୁକ୍ରବାର ଓ ଶନିବାର ଏହି ଦୁଇ ଦିନରେ କୁକୁର କାମୁଡାର ଶିକାର ହୋଇଥିବା ଆହତମାନେ ହେଲେ ସଙ୍କୁରୁ ଗ୍ରାମର ମାଳତୀ ଗୌଡ, ରୋଜା ସାମଲ, ତନୁ ନାଇକ ଓ ଅର୍ଚ୍ଚିତା ନାଇକ, ଘୋଳପୁର ଗ୍ରାମର ଆରତୀ ପ୍ରଧାନ, ଶଙ୍କର ଡାକୁଆ, ପ୍ରୀତି ସେଠୀ, ଗନ୍ଧିଆ ପ୍ରଧାନ ଓ କାନକୁଟୁରୁ ଗ୍ରାମର ଝିଲ୍ଲୀ ବେହେରା, ବାଲିପଦର ଗ୍ରାମର ଲିପି ବେହେରା, କାନସାରଲା ଗ୍ରାମର ଅନ୍ତର୍ଯ୍ୟାମୀ ନାଇକ, ମୋଟାବାଡି ଗ୍ରାମର ବାଲା ଆରୁଖ ଓ ମହୁଲପଲ୍ଲୀ ଗ୍ରାମର ଅଞ୍ଜଳୀ ବିଷୋୟୀ । ଏ ସମସ୍ତ ଆହତଙ୍କୁ ମେଡିକାଲରେ ଆଣ୍ଟି ରେବିଜ୍ ଭେକସିନ୍ ପ୍ରଦାନ ପୂର୍ବକ ଚିକିସôା କରାଯାଇଛି । ଅନ୍ୟପକ୍ଷରେ ଆତଙ୍କ ସୃଷ୍ଟି କରିଥିବା ଘୋଳପୁର ଗାଁର ଏକ ପାଗଳା କୁକୁରକୁ ଶନିବାର ସକାଳେ ସଙ୍କୁରୁ ଗ୍ରାମରେ ଲୋକେ ପିଟିପିଟି ମାରି ଦେଇଥିବା ଜଣାଯାଇଛି ।