ଇଂରାଜୀ ବିଭାଗର ଆଲୋଚନାଚକ୍ର
ବାଲିଚନ୍ଦ୍ରପୁର : ବାଲିଚନ୍ଦ୍ରପୁର ସାହସପୁର ମହାବିଦ୍ୟାଳୟରେ ଇଂରାଜୀ ବିଭାଗର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଲୋଚନା ଚକ୍ରର ଶୀର୍ଷକ "ୱାର ପୋଏଟ୍ରୀ-ଏ ସାଗ ଅଫ ଭିକିଟିମସ’ ଥିଲା । ଏଥିରେ ଇଂରାଜୀ ବିଭାଗ ମୁଖ୍ୟ ଅଧ୍ୟାପିକା ହିରଣ୍ମୟୀ ସାମଲଙ୍କ ତତ୍ତ୍ୱାବଧାନରେ ଇଂରାଜୀ ବିଭାଗର ଅଧ୍ୟାପିକା କାମିନୀ ପ୍ରଭା ମାଝୀ, ଟିଳୋତମା ହେସା ଓ ମୋନାଲିସା ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଅଧ୍ୟାପିକା ଟିଳୋତମା, ହିରଣ୍ମୟୀ ଓ ଅଧ୍ୟାପିକା କାମିନୀ ପ୍ରଭା ମାଝୀ ପ୍ରଥମ ବିଶ୍ୱଯୁଦ୍ଧର ଭୟାବହତା ଓ ସୈନିକ ମାନଙ୍କର ଜୀବନ ବିଷୟରେ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀ ଜାହାର ବେଗମ, ଋତୁପର୍ଣ୍ଣା ବେହେରା, ବିଶ୍ୱରଞ୍ଜନ ନାୟକ ନିବନ୍ଧ ପାଠ କରିଥିଲେ । ଶେଷରେ ଛାତ୍ରଛାତ୍ରୀ ସାଂପ୍ରତିକ ସମୟରେ ଯୁଦ୍ଧକୁ ନିୟନ୍ତ୍ରଣ ପାଇଁ "ଲିଗ ଅଫ୍ ନେସନର’ ନିତାନ୍ତ ଜରୁରୀ ଓ ଶାନ୍ତି ସ୍ଥାପନା ହୋଇପାରିବ ବୋଲି କହିଥିଲେ ।