ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

 ଆସିକା : ଭାରତ ସରକାରଙ୍କ ପକ୍ଷରୁ ଦିଲ୍ଲୀ ବିଜ୍ଞାନ ଭବନ ଠାରେ ଆସିକା ଏନଏସିକୁ ସ୍ୱଚ୍ଛ ଭାରତ ସର୍ବକ୍ଷଣରେ ସର୍ବଭାରତୀୟସ୍ତରରେ ଦ୍ୱିତୀୟ ସ୍ଥାନ ଏବଂ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହେବା ପରେ ଏନ୍ଏସି କାର୍ଯ୍ୟାଳୟ ଠାରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ, ଏନ୍ଏସି ଅଧ୍ୟକ୍ଷା ବିନେତା ସ୍ୱାଇଁ, ଉପାଧ୍ୟକ୍ଷା ଜୟନ୍ତୀ ବିଷୋୟୀ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେଶ ମହାପାତ୍ର, ବିଜେଡି ନଗର ସଭାପତି ସତ୍ୟ ନାରାୟଣ ସ୍ୱାଇଁ ପ୍ରମୁଖ ମଂଚାସୀନ ରହିଥିଲେ । ଆସିକା ସହର ସ୍ୱଚ୍ଛ ଭାରତରେ ସ୍ୱଚ୍ଛସାଥୀ, ପରିମଳ କର୍ମଚାରୀ, ପରିମଳ ଏସ୍କପଟର, ସାନିଟେସନ ଅଧିକାରୀ, ଆସିକା ସହରବାସୀ, ଆସିକାର ୧୮ ଗୋଟି ୱାର୍ଡର କାଉନସିଲରମାନଙ୍କ ସହଯୋଗରେ ଏହି ସଫଳତା ମିଳିଛି ବୋଲି ଅତିଥିମାନେ ମତ  କରିଥିଲେ ।