କୁକୁଡ଼ା ଦୋକାନରେ ଅଗ୍ନିକାଣ୍ଡ
ନୀଳଗିରି: ବରହମପୁର ବଜାରର ମଧ୍ୟ ସ୍ଥଳିରେ ରବୀନ୍ଦ୍ର ବାରିକଙ୍କ ଥିବା ବାଦଲ ଚିକେନ ସେଣ୍ଟର ନାମକ ଦୋକାନରେ ଗ୍ୟାସ ଲିକ୍ ହୋଇଥିଲା । ସଙ୍ଗେ ସଙ୍ଗେ ଅଗ୍ନି ସଂଯୋଗ ହୋଇ ଦୋକାନରେ ଥିବା ଅସାବପାତ୍ର ସହିତ ମୋବାଇଲ ଫୋନ ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାହେବ । ଖବର ପାଇ ନୀଳଗିରି ଅଗ୍ନିଶ୍ରମ ବିଭାଗ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲା । ଏହି ଅଗ୍ନିକାଣ୍ଡରେ ଅଳ୍ପକେ ବର୍ତ୍ତି ଯାଇଥିଲେ ପାଖ ଦୋକାନୀ ଓ ଅଞ୍ଚଳବାସୀ । ତେବେ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି ।