ପୁଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ରଗଡ଼ି : କୋରେଇ ଥାନା ପକ୍ଷରୁ ନୂତନ ପ୍ରଣୀତ ଆଇନ, ସାଇବର ଠକେଇ ଓ ନିଶା ନିବାରଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ସରକାରୀ ପଲିଟେକ୍ନିକରେ ଅନୁଷ୍ଠିତ ହୋଇଛି । ଭାରପ୍ରାପ୍ତ ଅଧିକାରୀ ରାକେଶ ତ୍ରିପାଠୀ, ଏସ୍ଆଇ ବାସୁଦେବ ପରିଡା, ଏଏସ୍ଆଇ ପ୍ରଶାନ୍ତ ତ୍ରିପାଠୀ କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅଧ୍ୟାପକ ପ୍ରଭୁଦଲ ମିଶ୍ର ଏହାକୁ ପରିଚାଳନା କରିଥିଲେ । ଅଧ୍ୟକ୍ଷ ଶୁଭଙ୍ଗ କିଶୋର ଦାସ ସ୍ୱାଗତ ଭାଷଣ ଦେଇଥିଲେ । କାର୍ଯ୍ୟକ୍ରମରେ ଏଏସ୍ଆଇ ଉଷାରାଣୀ ଜେନାଙ୍କ ସମେତ ପୁଲିସ କର୍ମଚାରୀ ଓ ପଲିଟେକ୍ନିକ କଲେଜର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । କଲେଜର ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ ।