ରୋଗୀକଲ୍ୟାଣ ସମିତି ବୈଠକ
ବେତନଟୀ : ବେତନଟୀ ଡାକ୍ତରଖାନା ସଭାଗୃହରେ ରୋଗୀକଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଡାକ୍ତରଖାନା ଅଧିକାରୀ ସିପୁନ କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବଡ଼ସାହି ବିଧାୟକ ସନାତନ ବିଜୁଳି, ସମ୍ମାନିତ ଅତିଥି ଭାବେ ବେତନଟୀ ବିଡ଼ିଓ ସୁଶାନ୍ତ କୁମାର ସୁତାର ମଞ୍ଚାସୀନ ଥିଲେ । ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଆବଶ୍ୟକ ଭିତ୍ତିଭୂମିର ବିକାଶ, ଜମି ବିବାଦର ସମାଧାନ, ଗୃହ ନିର୍ମାଣ ନେଇ ବୈଠକରେ ଆଲୋଚନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସଂସଦ ପ୍ରତିନିଧି ପ୍ରଦୀପ କୁମାର ପରିଡ଼ା, ବେତନଟୀ ମଣ୍ଡଳ ସଭାପତି ଜୀବନ ପରିଡା, ରୋଗୀ କଲ୍ୟାଣ ସମିତିର ସଦସ୍ୟ ଚୁଡ଼ାମଣି ମହାପାତ୍ର, ଛତିଶଚନ୍ଦ୍ର ପାତ୍ର, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରିଣୀ ମଞ୍ଜୁଶ୍ରୀ ଦାସ, ବିପିଓ ସସ୍ମିତା ଦାଶ, ଅମିତାଭ ଦାଶ, ସନ୍ତୋଷ ଗିରି, କେଶବ ନାଥ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।