"ଗ୍ରାମ୍ୟ କଳାକାରଙ୍କୁ ଉସôାହିତ କରେ ନାଟ୍ୟ ମହୋସବ'

 ଭଣ୍ଡାରିପୋଖରୀ : ଏହି ବ୍ଲକ ଅନ୍ତର୍ଗତ ଷୋଳମପୁର ଗ୍ରାମର ଶାନ୍ତେଶ୍ୱରୀ ଯୁବ ନାଟ୍ୟ ପରିଷଦ ଆନୁକୁଲ୍ୟରେ ବାର୍ଷିକ ଦୁଇ ରାତ୍ର ଧରି ନାଟକ ପରିବେଷଣ କରାଯାଇ ଶନିବାର ଉଦଯାପିତ ହୋଇଯାଇଛି । ପ୍ରାରମ୍ଭରେ ପୂଜକ ପରୀକ୍ଷିତ ପଣ୍ଡା ଓ ଚିତ୍ତ ରଞ୍ଜନ ପଣ୍ଡା ମଞ୍ଚ ପୂଜନ କରିଥିଲେ । ସାମ୍ବାଦିକ ବିଶ୍ୱମ୍ବର ରାଉତଙ୍କ ସଂଯୋଜନାରେ ଆୟୋଜିତ ଉଦ୍ଘାଟନୀ ଉସôବକୁ ସମାଜସେବୀ ସଞ୍ଜୀବ କୁମାର ପରିଡ଼ା ଉଦଘାଟନ କରିଥିଲେ । 
ସ୍ଥାନୀୟ ସରପଞ୍ଚ ପରମାନନ୍ଦ ନାୟକ ମୁଖ୍ୟଅତିଥି, ନାଟ୍ୟ ନିଦେ୍ର୍ଦଶକ ଶୁଭେନ୍ଦୁ ଶେଖର ନାୟକ ମୁଖ୍ୟବକ୍ତା, ମାଳଦା ସେବା ସମବାୟ ସମିତି ସଭାପତି ମୁକୁନ୍ଦ ଚରଣ ମଲ୍ଲିକ, ଯୁବ ନେତା ସୁରଥ ଦାସ, ସାହିତ୍ୟକ ଦାମୋଦର ନାୟକ, ମୁଖ୍ୟ ପରିଚାଳକ ସତ୍ୟବାଦୀ ଗାହାଣ, ସମାଜସେବୀ ସନ୍ତୋଷ ନାୟକ, ପଞ୍ଚାନନ ସାହୁ, ପ୍ରବଚକ ଗୁରୁ ଚରଣ ନାୟକ, ଉପଦେଷ୍ଟା ଶଙ୍କର୍ଷଣ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳରେ ସାମାଜିକ ପାରିବାରିକ ନାଟକ ଲୋକ ମାନଙ୍କ ହୃଦୟକୁ ଛୁଇଁବା ସହିତ ଶିକ୍ଷଣୀୟ କଥା ପ୍ରଦାନ କରିଥାଏ ବୋଲି ମତ ଦେଇଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ପୀତବାସ କର, ନାଟ୍ୟ ନିଦେ୍ର୍ଦଶକ ଶୁଭେନ୍ଦୁ ଶେଖର ନାୟକ ଓ ଶଙ୍କର ଚିତ୍ରାଳୟ ପ୍ରୋପାଇଟର ଶଙ୍କର ସାହୁଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଗ୍ରାମର ଦିବଂଗତ ନାଟ୍ୟ ସଂସ୍ଥା ଉଜ୍ଜୀବିତ କରି ରଖିଥିବା ମହାନ ଆତ୍ମାଙ୍କ ଉଦେ୍ଦଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ନାଟ୍ୟ ପରିଷଦ ପକ୍ଷରୁ ନାଟ୍ୟ ନିଦେ୍ର୍ଦଶକ ଶୁଭେନ୍ଦୁ କୁମାର ନାୟକଙ୍କ ନିଦେ୍ର୍ଦଶନାରେ ପ୍ରଥମ ରଜନୀ "ହା କୃଷ୍ଣ ବୋଲି ଯାଉ ଜୀବ’ ଓ ଦ୍ୱିତୀୟ ରଜନୀ ରେ "ଗୁପ୍ତ ସମ୍ପର୍କ’ ନାଟକ ପରିବେଷଣ କରାଯାଇଥିଲା । ଏଥିରେ ପୁରୁଷ କଳାକାର ସୁଶାନ୍ତ ନାୟକ, ସତ୍ୟବାଦୀ ଗାହାଣ, ବଂଶୀଧର ଖଟୁଆ, ମନୋରଞ୍ଜନ ରାଉତ, ସଞ୍ଜୟ ନାୟକ, ଉଲ୍ଲାସ ଖଟୁଆ, କାର୍ତ୍ତିକ ଘଡାଇ, ଗୁରୁଚରଣ ନାୟକ, ଗଦାଧର ଖଟୁଆଙ୍କ ସମେତ ରଘୁନାଥ, ରାଜେଶ, ଦୀପକ, ଜୁଳୀ, ଧନେଶ୍ୱର, ଦେବେନ୍ଦ୍ର, ମଧୁସୂଦନ, ରାଜାରାମ ପ୍ରମୁଖ ଅଭିନୟ କରିଥିବା ବେଳେ ନାରୀ କଳାକାର ଗାୟତ୍ରୀ, ଲିପିନା, ସୀମା, ପ୍ରୀତି, ମାମା ପ୍ରମୁଖ ଅଭିନୟ କରିଥିଲେ । ଏହି ଦୁଇ ରାତ୍ର ଧରି ନାଟ୍ୟ ଉସôବକୁ ଯାତ୍ରା କମିଟିର ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀ ପରିଚାଳନା କରିଥିଲେ ।