କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ

 କେନ୍ଦୁଝର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଚାଷୀ ମାନଙ୍କ ଆୟ  କୁ ଦୁଇ ଗୁଣା କରିବା ସହିତ ଚାଷୀମାନଙ୍କୁ ସମୃଦ୍ଧ କରିବା ପାଇଁ ବହୁ ପ୍ରକାରର କୃଷକ କଲ୍ୟାଣକାରୀ ଯୋଜନା ପ୍ରଣୟନ କରୁଛନ୍ତି । ଏହି ସବୁ କୃଷକ କଲ୍ୟାଣକାରୀ ଯୋଜନା ତୃଣମୂଳ ସ୍ତରରେ ସଠିକ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ତାହାର ନିରୀକ୍ଷଣ ପାଇଁ ଗୁରୁବାର ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ କେନ୍ଦୁଝର ଜିଲା ଘଟଗାଁ ଓ ହରିଚନ୍ଦନପୁର ପ୍ରଭୃତି ବ୍ଲକର କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ଘଟଗାଁ କୃଷି ଅଧିକାରୀ ରାଜେନ୍ଦ୍ର ଦାସ ଓ ହରିଚନ୍ଦନପୁର ବ୍ଲକର କୃଷି ଅଧିକାରୀ ପ୍ରମୋଦ କୁମାର ବିଶ୍ୱାଳ, ଜିଲା କୃଷି ଅଧିକାରୀ ସୁଧିରଂଜନ ବେହେରାଙ୍କ ସମେତ ସମସ୍ତ କୃଷି କର୍ମଚାରୀ ମାନେ ସମୀକ୍ଷା ବୈଠକ ରେ ଉପସ୍ଥିତ ଥିଲେ । ଓଡିଶା ରାଜ୍ୟକୁ ଖାଦ୍ୟ ଶସ୍ୟରେ ଆତ୍ମ ନିର୍ଭରଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସରକାର ଚାଷୀ ମାନଙ୍କୁ ଆଳୁ ବିହନ, ମୁଗ, ବିରି, ସୋରିଷ, ମଶୁର, ଶୋଲା, ମଟର ଓ ସୂର୍ଯ୍ୟମୁଖୀ ବିହନ ମାଗଣାରେ ଚାଷୀ ମାନଙ୍କୁ ଯୋଗାଇ ଦେଉଛନ୍ତି । 
ତତ୍ସହିତ ସାର ଓ କୀଟନାଶକ ମଧ୍ୟ ମାଗଣାରେ ଯୋଗାଇ ଦେଉଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ସାହୁ କହିଛନ୍ତି । ଏହି ସବୁ ଜିନିଷ ସଠିକ ଚାଷୀ ମାନଙ୍କ ପାଖରେ ପହଞ୍ଚୁଛି କି ନାହିଁ ତାହାର ତଦାରଖ ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ କରିଥିଲେ । ବିହନ ପାଇ ଚାଷ କରିଥିବା କ୍ଷେତ କୁ ମଧ୍ୟ ଯାଇ ଫସଲ ବୁଲି ଦେଖିଲେ । ଆଳୁ ଚାଷ ରେ ଓଡିଶା ରାଜ୍ୟ କୁ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ଚାଷୀ ମାନଙ୍କୁ ବ୍ୟାପକ ଭାବେ ଆଳୁ ବିହନ ଯୋଗାଇ ଦେବା ସହିତ ହେକ୍ଟର ପିଛା ୫୮ ହଜାର ଟଙ୍କା ପ୍ରୋସାହନ ସହାୟତା ଦେବାର ବ୍ୟବସ୍ଥା କରାଯାଇଛି । ଏହି ପରିପ୍ରେକ୍ଷୀରେ ହରିଚନ୍ଦନପୁର ବ୍ଲକ ୨୭୦ ଜଣ ଚାଷୀ ଏକଶହ ଏକର ଜମିରେ ଚଳିତ ବର୍ଷ ଆଳୁ ଚାଷ କରିଛନ୍ତି । ରାଜ୍ୟ ସଭାପତି  ମହେଶ୍ୱର ସାହୁ ଆଳୁ ଚାଷ କରିଥିବା କ୍ଷେତ କୁ ଯାଇ ଫସଲ ପରିଦର୍ଶନ କରିବା ସହିତ ଆଳୁ ଫସଲ କିପରି ଚାଷୀ ମାନେ କରିଛନ୍ତି ଦେଖିଥିଲେ । ଏହି ପରିଦର୍ଶନ ସମୟ ରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ  ଶିଶିର ସାହୁ, ଅନନ୍ତ ସାହୁ, ଚତୁର୍ଭୁଜ ସାହୁ, ପ୍ରତାପରୁଦ୍ର ସାହୁ, ଅମର ସିଂ, ରବିନ୍ଦ୍ର କୁମାର ଦେହୁରୀ, ଗୋଲକ ବଲ, ଶରତ ଚନ୍ଦ୍ର ବେଜ, ମକରଧୂଜ ବେହେରା, ରୁଦ୍ରନାରାୟଣ ବେହେରା, ପ୍ରିତମ ରୋଶନ ମହାପାତ୍ର, ଅଜିତ ପାଣିଗ୍ରାହୀ, ଉତମ ପ୍ରଧାନ, ଉପେନ୍ଦ୍ର ଦାସ, ଶ୍ରୀବସô ପାଇକରାୟ, ସଞ୍ଜୟ କୁମାର ମହାନ୍ତ, ମନୋଜ କୁମାର ମହାନ୍ତ, ସଞ୍ଜୟ କୁମାର ସାହୁ, ଜୟ କୃଷ୍ଣ ମହାନ୍ତ, ନିର୍ମଳ ଚନ୍ଦ୍ର ପରିଡା, ତପନ କୁମାର ରାଉତ, ଦାମୋଦର ବାରିକ, ପ୍ରଣୟ କିଶୋର ମହାନ୍ତି, ମୁନା ବେଜ, ବିଜୟ କୁମାର ସାହୁ, ସୁରେନ୍ଦ୍ର ଖୁଣ୍ଟିଆ ପ୍ରମୁଖ ଙ୍କ ସମେତ ଶତାଧିକ ଚାଷୀ ଓ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।