ଶିକ୍ଷାଲାଭ ହିଁ ଉଜ୍ଜଳ ଭବିଷ୍ୟତକୁ ଆହ୍ୱାନ କରେ

 ବଡ଼ସାହି: ଛାତ୍ରଛାତ୍ରୀଗଣ କଷ୍ଟ ସ୍ୱୀକାର କରି, ମନପ୍ରାଣ ଲଗାଇ ଶିକ୍ଷାଲାଭ କରିଥିଲେ, ଭବିଷ୍ୟତ ଜୀବନରେ ସଫଳ ନାଗରିକ ହୋଇପାରିବେ ବୋଲି ରାଜ୍ୟ ଓ ଜାତୀୟ ପୁରସ୍କୃତ ପ୍ରଧାନ ଶିକ୍ଷକ ସଚ୍ଚÿିଦାନନ୍ଦ ମହାନ୍ତି କହିଛନ୍ତି । ବଡସାହି ବ୍ଲକର ଉପାନ୍ତରେ ଅବସ୍ଥିତ କଇଁଫୁଲିଆ ଉଚ୍ଚÿ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉସôବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତଛାତ୍ରୀଗଣଙ୍କୁ ଉଦବୋଧନ ଛଳରେ ଶ୍ରୀମହାନ୍ତି ଏହା ପ୍ରକାଶ କରିଛନ୍ତି । ପ୍ରଧାନ ଶିକ୍ଷକ ରଜତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ଯୋଗୀନୂଆଗାଁ ସରପଞ୍ଚ ଗୋପୀନାଥ ନାଏକ, ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ସଭ୍ୟ ନବୀନ ମହାନ୍ତ, ଆଞ୍ଚଳିକ ସାଧନ କର୍ମୀ ମିନତୀ ପଣ୍ଡା, ବାଘମରା ଉପ୍ରା ସ୍କୁଲର ପ୍ରଧାନ ଶିକ୍ଷକ ସୁଧିର କୁମାର ବାରିକ, ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଚୈତନ୍ୟ ପ୍ରସାଦ ମହାନ୍ତ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉସôାହିତ ମୂଳକ ବକ୍ତବ୍ୟ ପ୍ରଦାନ ସହ ବାର୍ଷିକ କ୍ରୀଡା ପ୍ରତିଯୋଗିତାର ପୁରସ୍କାର ବିତରଣ କରିଥିଲେ । ଶିକ୍ଷୟିତ୍ରୀ ଚିନ୍ମୟୀ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କମଳିନୀ ମହାନ୍ତ ସହଯୋଗ କରିଥିବା ବେଳେ ଶିକ୍ଷୟତ୍ରୀ ସୁଷମା ଲେଙ୍କା ଧନ୍ୟବାଦ ଦେଇଥିଲେ ।