ପଟ ପରିବର୍ତ୍ତନ ଅପେକ୍ଷାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ
ଚମ୍ପୁଆ: ସରକାର ପରେ ସରକାର ପରୀବର୍ତ୍ତନ ହୋଇଚାଲିଛି ମାତ୍ର ୭୮ ବର୍ଷ ପରେ ମଧ୍ୟ ପରୀବର୍ତ୍ତନର ସୁଅରେ ପଡିପାରିନି ଚମ୍ପୁଆ ଉପଜିଲ୍ଲାପାଳ କାର୍ଯ୍ୟାଳୟ । ଧନି ଉପଖଣ୍ଡ ଭାବେ ପରିଚିତ ଚମ୍ପୁଆ ମୁଖ୍ୟାଳୟରେ ଥିବା ଉପଖଣ୍ଡ ମୁଖ୍ୟ ତଥା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବର୍ତ୍ତମାନ ପଟ ପରୀବର୍ତ୍ତନ ଅପେକ୍ଷାରେ ରହିଥିବା ବେଳେ, ୧୯୪୬ ମସିହାରୁ କାର୍ଯ୍ୟକ୍ଷମ ଏହି କାର୍ଯ୍ୟାଳୟ ସ୍ଥାନିୟ ଅଞ୍ଚଳ ପାଇଁ ଉପହାସର ଖୋରାକ ଯୋଗାଇଚାଲିଛି । ୧୯୪୬ ମସିହାରେ ଏହା କାର୍ଯ୍ୟକ୍ଷମ ହେବା ସହିତ ଶ୍ରୀ ବି ରଥ ପ୍ରଥମ ସବଡିଭିଜିନାଲ ଅଫିସର ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ତତସମୟରେ ବର୍ତ୍ତମାନ ଥିବା ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ମାତ୍ର ୧୮ ଟି ଗୃହରେ ଟ୍ରେଜେରୀ ଓ ଜୁଡିସିଆଲ ଏବଂ ଏସ୍ଡିଓ କାର୍ଯ୍ୟାଳୟ ଆରମ୍ଭ ହୋଇଥିଲା । ପରେ ଟ୍ରେଜେରୀ ଓ ଜୁଡିସିଆଲ ବ୍ୟବହାର ପାଇଁ ୮ ଟି ଗୃହ ରଖାଯାଇଥିବା ବେଳେ ୧୦ ଟି ଗୃହରେ ଏସଡିଓଙ୍କ କାର୍ଯ୍ୟାଳୟ ପରିଚାଳିତ ହୋଇଥିଲା । ଚମ୍ପୁଆ ଉପଖଣ୍ଡ ଏକ ଆଦିବାସୀ ଅଧୁସିତ ଅଂଚଳ ହୋଇଥିବା ବେଳେ ପ୍ରାୟ ୮୭ ପ୍ରତିଶତ ଲୋକ ଆଦିବାସୀ ଅଟନ୍ତି । ଏଠାରେ ହୋ, ଜୁଆଙ୍ଗ, ଭୁୟାଁ, ଗଣ୍ଡ ଓ ଭୁମିଜ ଭାଷା ଜାତୀୟ ଲୋକ ବସବାସ କରିଆସୁଛନ୍ତି ।
ଏହା ସହିତ ୧୮ଟି ଆରଆଇ ସର୍କଲ, ୪୩୦ଟି ରେଭେନୁ୍ୟ ଭିଲେଜ, ଯୋଡା, ଝୁମ୍ପୁରା, ଚମ୍ପୁଆ ତିନିଟି ବ୍ଲକ ସମେତ ଚମ୍ପୁଆ, ଯୋଡା, ବଡବିଲ ମିଶାଇ ତିନିଗୋଟି ସହରାଞ୍ଚଳ ରହିଛି । ଅନ୍ୟପକ୍ଷରେ ଯୋଡା ଓ ବଡବିଲ ଅଞ୍ଚଳ ଖଣି କାରବାର ପାଇଁ ଚମ୍ପୁଆ ଉପଖଣ୍ଡକୁ ଧନି ଉପଖଣ୍ଡର ମାନ୍ୟତା ପ୍ରଦାନ କରିଛି । ମାତ୍ର ପରିତାପର ବିଷୟ ଏହି ଉପଖଣ୍ଡର ମୁଖ୍ୟାଳୟରେ ଥିବା ଉପଜିଲାପାଳ କାର୍ଯ୍ୟାଳୟର ଅବସ୍ଥା ସେମିତି କୌଣସି ପରୀବର୍ତ୍ତନ ହୋଇପାରି ନାହିଁ । ପୂର୍ବରୁ ପଞ୍ଚାୟତ ଭାବେ ପରିଚିତ ଏହି ଚମ୍ପୁଆ ମୁଖ୍ୟାଳୟ ଆଜି ସହରାଞ୍ଚଳ ହୋଇଯାଇଥିଲେ ମଧ୍ୟ ଉନ୍ନତି ଯେପରି ପଛ ମୁହାଁ ହୋଇପଡିଛି । ଦୟନୀୟ ଅବସ୍ଥାରେ ଚାଲୁଥିବା ଏହି କାର୍ଯ୍ୟାଳୟକୁ ଆଇଏସ ଓ ଓଏସ ମାନେ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିଲେ ମଧ୍ୟ ୨୦୦୧ ମସହିରେ ତତକାଳିତ ଉପଜିଲ୍ଲାପାଳ ଭାବେ ଯୋଗ ଦେଇଥିବା ଏନ୍ବିଏସ୍ ରାଜପୁତ ଏହି କାର୍ଯ୍ୟାଳୟର ସାମାନ୍ୟ ପରୀବର୍ତ୍ତନ କରିଥିଲେ । ପରେ ୨୦୧୭ ମସିହାରେ ତତକାଳୀନ ଆଇଏଏସ ଅଧିକାରିଣୀ ପାରୁଲ ପଟୱାରୀ କାର୍ଯ୍ୟାଳୟର ଭିତର ରୁପରେଖର ସାମାନ୍ୟ ପରିବର୍ତ୍ତନ କରିଥିଲେ । ମାତ୍ର ପରିତାପର ବିଷୟ ମୁଖ୍ୟାଳୟରେ ଏହି ମୁଖ୍ୟ କାର୍ଯ୍ୟାଳୟରେ ଭାଗ୍ୟ ୮୫ ଜଣ ଉପଜିଲ୍ଲାପାଳଙ୍କ ସମୟରେ ମଧ୍ୟ ପରୀବର୍ତ୍ତନ ହୋଇପାରି ନାହିଁ । ଏନେଇ ସ୍ଥାନୀୟ ବୁଦ୍ଧିଜୀବି ସତ୍ୟବାନ କର ତତ୍କାଳିନ ଏସଡିଓ ବର୍ତ୍ତମାନ ସବକଲେକ୍ଟର ଏପରିକି ମାଜିଷ୍ଟ୍ରେଟ ଭାବେ ପରିଗଣିତ ତେଣୁ ତାଙ୍କ କାର୍ଯ୍ୟାଳୟର ଉନ୍ନତି ଉପରେ ପ୍ରାଥମିକତା ପ୍ରଦାନ କରିବା ନିହାତି ଜରୁରୀ ସେହିପରି ଅନ୍ୟଜଣେ ବୁଦ୍ଧିଜୀବି କାଶିନାଥ ବେହେରାଙ୍କ କହିବା ଅନୁଯାୟୀ ଆମେ ଗ୍ରାମାଞ୍ଚଳରୁ ସହରାଞ୍ଚଳରେ ବସବାସ କଲୁଣି ମାତ୍ର ଉପଖଣ୍ଡ ମୁଖ୍ୟଙ୍କ କାର୍ଯ୍ୟାଳୟର ରୂପରେଖ ପରୀବର୍ତ୍ତନ ନହେବା ପରିତାପର ବିଷୟ । ଏଥିପ୍ରତି ଧ୍ୟାନ ଦେବାର ଆବସ୍ୟକତା ରହିଛି ।