୨୦୨୬ ସୁଦ୍ଧା ମିଳିମିଳା-ରୁବେଲା ମୁକ୍ତ ହେବ ଓଡିଶା
ଭୁବନେଶ୍ୱର : ଓଡିଶା ଜନସ୍ୱାସ୍ଥ୍ୟକୁ ସମ୍ପୂର୍ଣ୍ଣ ସୁଦୃଢ଼ କରିବା ଏବଂ ଭବିଷ୍ୟତ ପିଢ଼ିର ସୁରକ୍ଷା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ଆଜି ରାଜ୍ୟରେ ମିଳିମିଳା ଏବଂ ରୁବେଲା (ଏମଆର) ନିରାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଉଦେ୍ଦଶ୍ୟରେ ଏକ ବିସ୍ତୃତ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ (ଆଇଇସି) ସାମଗ୍ରୀର ଉନ୍ମୋଚନ କରିଛନ୍ତି । ଅପ୍ରେଲ ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ପାଳନ କରାଯାଉଥିବା ବିଶ୍ୱ ଟୀକାକରଣ ସପ୍ତାହ ୨୦୨୫ର ଉସôବର ଏକ ଅଂଶ ଭାବରେ ଆଜି ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶାଳୟରେ ଏହି ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଧାର୍ଯ୍ୟ ଭାରତର ଜାତୀୟ ଲକ୍ଷ୍ୟ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ମାର୍ଗଦର୍ଶନରେ କରି ୨୦୨୬ ସୁଦ୍ଧା ମିଳିମିଳା ଏବଂ ରୁବେଲାକୁ ସମ୍ପୂର୍ଣ୍ଣ ରୂପେ ପରାହତ କରିବା ପାଇଁ ଓଡ଼ିଶା ସଂକଳ୍ପବଦ୍ଧ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ ପ୍ରକାଶ କରିଛନ୍ତି ।
ଟୀକାକରଣ କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ପ୍ରଦର୍ଶନ ଉପରେ ଆଲୋକପାତ କରି ଡ଼ଃ ମହାଲିଙ୍ଗ କହିଥିଲେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନ୍ଏଫ୍ଏଚ୍ଏସ୍-୫) ଅନୁଯାୟୀ ଓଡିଶା ୯୦.୫% ଟୀକାକରଣ କଭରେଜ୍ ହାସଲ କରିପାରିଛି, ଯାହା ସମସ୍ତ ଭାରତୀୟ ରାଜ୍ୟ ମାନଙ୍କ ମଧ୍ୟରେ ସର୍ବାଧିକ । ଟୀକାକରଣ ଦ୍ୱାରା ପ୍ରତିରୋଧ କରି ହେଉଥିବା ରୋଗ ଠାରୁ ଶିଶୁମାନଙ୍କୁ ଦୂରେଇ ରଖିବା ସହ ଶାରିରୀକ ଅସୁସ୍ଥତା ଓ ମୃତୁ୍ୟହାର ହ୍ରାସ କରିବା ନିମନ୍ତେ ରାଜ୍ୟରେ ସର୍ବଦା ମହିଳା ଓ ଶିଶୁମାନଙ୍କର ଟୀକାକରଣକୁ ପ୍ରାଥମିକତା ପ୍ରଦାନ କରାଯାଇଛି । ଆମେ ସମସ୍ତେ ମିଳିମିଶି ନିଶ୍ଚିତ କରିବା ଦରକାର ଯେ ରାଜ୍ୟର କୌଣସି ଶିଶୁ ଯେମିତି ଟୀକାକରଣରୁ ବଂଚିତ ନ ହୁଅନ୍ତୁ, ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ଏହି ଉଦଘାଟନୀ ଉସôବରେ ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଡା. ନୀଳକଣ୍ଠ ମିଶ୍ର, ରାଜ୍ୟ ଟୀକାକରଣ ଅଧିକାରୀ ଡା. ତାପସ କୁମାର ପାତ୍ର, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବିନୋଦ ବିହାରୀ ଦାସଙ୍କ ସମେତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।