କେଏଲ୍ ରାହୁଲଙ୍କ ରେକର୍ଡ

 ନୂଆଦିଲ୍ଲୀ  : ଆଇପିଏଲରେ ଫର୍ମରେ ଥିବା ଦମଦାର ଖେଳାଳି କେଏଲ୍ ରାହୁଲ । ଆଇପିଏଲରେ ତାଙ୍କ ପ୍ରଦର୍ଶନ ଚମକ୍ରାର ରହିଛି । ସେ ତାଙ୍କ ନାଁରେ ସୃଷ୍ଟି କରିଛନ୍ତି ରେକର୍ଡ଼ । ସେ ଭାଙ୍ଗିଛନ୍ତି ଆଇପିଏଲର ଛକାର ରେକର୍ଡ । ରାହୁଲ ଗୁଜରାଟ ବିପକ୍ଷରେ ବ୍ୟାଟିଂ କରୁଥିବା ସମୟରେ ୧୪ ବଲରେ ଖେଳିଥିଲେ ୨୮ ରନର ଇନିଂସ । ଏହି ସମୟ ମଧ୍ୟରେ ସେ ୪ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ । ଆଉ ଏହି ଗୋଟିଏ ଛକା ମାରି ରାହୁଲ ଭାଙ୍ଗିଛନ୍ତି ଛକା ମାରିବାର ରେକର୍ଡ । ରାହୁଲ ଆଇପିଏଲରେ ପୂରଣ କରିଛନ୍ତି ୨୦୦ ଛକା । ସେ ଏପର୍ଯ୍ୟନ୍ତ ଆଇପିଏଲରେ ୧୩୮ଟି ମ୍ୟାଚ୍ ଖେଳି ସାରିଛନ୍ତି । ଏହି ସମୟ ମଧ୍ୟରେ ସେ ୨୦୦ଟି ଛକା ମାରିଛନ୍ତି । ରାହୁଲ ମଧ୍ୟ ୪୨୨ଟି ଚୌକା ମାରିଛନ୍ତି । ଆଇପିଏଲରେ ସର୍ବାଧିକ ଛକା ମାରିବା ମାମଲାରେ କେଏଲ ରାହୁଲ ଶେନ୍ ୱାଟସନ ଏବଂ ଜସ୍ ବଟଲରଙ୍କୁ ପଛରେ ପକାଇ ଦେଇଛନ୍ତି । ରାହୁଲ ୨୦୨୫ ଆଇପିଏଲରେ ଏପର୍ଯ୍ୟନ୍ତ ୬ଟି ମ୍ୟାଚ୍ ଖେଳିଛନ୍ତି । ଏହି ସମୟ ମଧ୍ୟରେ ସେ ୨୬୬ ରନ୍ କରିଛନ୍ତି । ରାହୁଲ ସିଜିନରେ ୨ଟି ଅର୍ଦ୍ଧଶତକ ମଧ୍ୟ କରି ସାରିଛନ୍ତି ।