କାହାକୁ କେତେ ଆଇପିଏଲ୍ ରାଶି

 ଅହମ୍ମଦାବାଦ : ନୂଆକରି ଆଇପିଏଲ୍ ମୁକୁଟ ପିନ୍ଧିଥିବା ଆର୍ସିବି (ବେଙ୍ଗାଲୁରୁ) ଟିମ୍କୁ ୨୦ କୋଟି ଏବଂ ରନର୍ସଅପ୍ ପିବିକେଏସ୍ (ପଞ୍ଜାବ) ଟିମ୍କୁ ୧୨.୫ କୋଟି ଟଙ୍କା ପୁରସ୍କାର ରାଶି ଦିଆଯାଇଛି । ସେହିପରି କ୍ୱାଲିଫାୟର୍-୨ରେ ପହଞ୍ଚôଥିବା ଥାର୍ଡ ପ୍ଲେସ୍ ଫିନିସର୍ ଭାବେ ମୁମ୍ବାଇ ଇଣ୍ଡିଆନ୍ସକୁ ୭ କୋଟି ଏବଂ କ୍ୱାଲିଫାୟର୍-୨ ତଥା ସେମିଫାଇନାଲ୍ରେ ପହଞ୍ଚôଥିବା ଗୁଜରାଟ ଦଳକୁ ୬.୫ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି । ତେବେ ଗତବର୍ଷଗୁଡ଼ିକ ତୁଳନାରେ ଧିରେ ଧିରେ ଆଇପିଏଲ୍ର ପୁରସ୍କାର ରାଶି ବୃଦ୍ଧି ପାଉଥିବା ନଜିର ରହିଛି । ୨୦୦୮ରେ ଆରମ୍ଭ ହୋଇଥିବା ଆଇପିଏଲ୍ରେ ବିଜେତା ଦଳକୁ ୪.୮ କୋଟି ଏବଂ ରନର୍ସଅପ୍ ଦଳକୁ ୨.୪କୋଟି ଟଙ୍କା ପୁରସ୍କାର ଦିଆଯାଇଥିଲା । ସେହିପରି ସବୁଠାରୁ ଭଲ ପଡ଼ିଆ ହିସାବରେ ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ ପାଇଁ ଡିଡିସିଏ (ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ୍ ଆସୋସିଏସନ୍)କୁ ୫୦ଲକ୍ଷ ପୁରସ୍କାର ଦିଆଯାଇଛି ।
ସେହିପରି ଅରେଞ୍ଜ କ୍ୟାପ୍ ୱିନର୍ ଗୁଜରାଟ ଦଳର ସାଇ ସୁଦର୍ଶନଙ୍କୁ ୧୦ଲକ୍ଷ, ପର୍ପଲ କ୍ୟାପ୍ ୱିନର୍ ଗୁଜରାଟର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ୧୦ଲକ୍ଷ, ଏମର୍ଜିଙ୍ଗ୍ ପ୍ଲେୟାର୍ ୱିନର୍ ସାଇ ସୁଦର୍ଶନଙ୍କୁ ୧୦ଲକ୍ଷ, ଉଚ୍ଚକୋଟିର ଖେଳାଳି (ମୋଷ୍ଟ ଭ୍ୟାଲୁଏବଲ୍ ପ୍ଲେୟାର୍) ଭାବେ ସୂର୍ଯ୍ୟକୁମାର ଯାଦବଙ୍କୁ ୧୫ ଲକ୍ଷ, ସୁପର୍ ଷ୍ଟ୍ରାଇକର୍ ଭାବେ ବୈଭବ ସୂର୍ଯ୍ୟବଂଶୀଙ୍କୁ ୧୦ଲକ୍ଷ ସହିତ ଟାଟା କାର୍, ଫାଣ୍ଟାସି କିଙ୍ଗ୍ ଭାବେ ସାଇ ସୁଦର୍ଶନଙ୍କୁ ୧୦ଲକ୍ଷ, ବେଷ୍ଟ କ୍ୟାଚ୍ ପାଇଁ କାମିନ୍ଦୁ ମେଣ୍ଡିସ୍ଙ୍କୁ ୧୦ଲକ୍ଷ, ଡଟ୍ ବଲ୍ ପାଇଁ ମହମ୍ମଦ ସିରାଜଙ୍କୁ ୧୦ଲକ୍ଷ, ସୁପର୍ ସିକ୍ସ ପାଇଁ ନିକୋଲାସ୍ ପୂରାନ୍ଙ୍କୁ ୧୦ଲକ୍ଷ, ସର୍ବାଧିକ ଚଉକା ପାଇଁ ସାଇ ସୁଦର୍ଶନଙ୍କୁ ୧୦ଲକ୍ଷ ଏବଂ ଦଳଭିତ୍ତିକ ଉତ୍ତମ ଖେଳ ପାଇଁ ଚେନ୍ନାଇକୁ ୧୦ଲକ୍ଷ ପୁରସ୍କାର ରାଶି ପ୍ରଦାନ କରାଯାଇଛି ।