୨୦ତମ ସଚିବାଳୟ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ
ଭୁବନେଶ୍ୱର : ହାଇଟେକ୍ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ୨୦ତମ ସଚିବାଳୟ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ରେ ଇଡ୍କୋ ଦଳ କୃଷି ନିଦେ୍ର୍ଦଶାଳୟ ଦଳକୁ ୯୪ ରନ୍ ବ୍ୟବଧାନରେ ପରାସ୍ତ କରିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଇଡ୍କୋ ନିର୍ଦ୍ଧାରିତ ୧୭ ଓଭରରେ ୩ ୱିକେଟ୍ ହରାଇ ୧୬୦ ରନ୍ ସଂଗ୍ରହ କରିଥିଲା । କୃଷି ନିଦେ୍ର୍ଦଶାଳୟ ୧୪ ଓଭରରେ ମାତ୍ର ୬୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଏହି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଥିଲେ ଇଡ୍କୋର ଚନ୍ଦ୍ରମଣି ବିଶ୍ୱାଳ । ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁଁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଦିନର ଦ୍ୱିତୀୟ ମ୍ୟାଚ୍ରେ ଡିସିବି ବ୍ୟାଙ୍କ ଆଇସିଆଇସିଆଇ ବ୍ୟାଙ୍କକୁ ୪୨ ରନରେ ପରାସ୍ତ କରିଛି । ଡିସିବି ବ୍ୟାଙ୍କ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୭ ଓଭରରେ ୯ ୱିକେଟ୍ ହରାଇ ୧୦୫ ରନ୍ ସଂଗ୍ରହ କରିଥିଲା । ଡିସିବି ବ୍ୟାଙ୍କ ପକ୍ଷରୁ ସମ୍ପଦ ପଟ୍ଟନାୟକ ସର୍ବାଧିକ ୨୭ ରନ୍ କରିଥିଲେ । ଜବାବରେ ଆଇସିଆଇସିଆଇ ବ୍ୟାଙ୍କ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁଁ ୧୩.୩ ଓଭରରେ ୧୦ ୱିକେଟ୍ ହରାଇ ମାତ୍ର ୬୩ ରନ୍ କରିବାକୁ ସକ୍ଷମ ହୋଇଥିଲେ । ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ପିଣ୍ଟୁ ଶର୍ମା ୩୨ ରନ୍ ସଂଗ୍ରହ କରିବା ସତ୍ତ୍ୱେ ତାଙ୍କ ଦଳ ଲକ୍ଷ୍ୟ ହାସଲ କରିପାରିନଥିଲା । ଡିସିବି ବ୍ୟାଙ୍କର ଦିବ୍ୟେଶ ମହାନ୍ତି ୩.୩ ଓଭରରେ ମାତ୍ର ୫ ରନ୍ ଦେଇ ୪ ୱିକେଟ୍ ନେଇ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇଥିଲେ । ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ରୁଦ୍ର ପଟ୍ଟନାୟକ ମଧ୍ୟ ପ୍ରଭାବିତ ବୋଲିଂ କରିଥିଲେ ସେ ୪ ଓଭରରେ ୧୫ ରନ୍ ଦେଇ ୪ ୱିକେଟ୍ ନେଇଥିଲେ । ପ୍ରଦୀପ୍ତ ମିଶ୍ର, ସୁମନ ମହାରଣା ଆଜିର ମ୍ୟାଚ୍ ପରିଚାଳନା କରିଥିଲା ବେଳେ ଓ ସମ୍ବିତ ଘଡେଇ ସ୍କୋରର ଦାୟିତ୍ୱରେ ଥିଲେ ।