ଉଦ୍ଘାଟନୀରେ ଝୁମିଲେ ଦର୍ଶକ
କୋଲକାତା : ଆଇପିଏଲ୍ର ୧୮ତମ ଉଦ୍ଘାଟନୀ ଉସôବରେ କେକ କଟାଯାଇ ଆତସବାଜି ସହିତ ମ୍ୟାଚ୍କୁ ଉଦ୍ଘାଟନ କରାଯାଇଥିଲା । କାର୍ଯ୍ୟକ୍ରମର ଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଉଦ୍ଘାଟନୀ ସମାରୋହରେ ଟସ୍ ବିଳମ୍ବ ହୋଇଥିଲା । ଆଇପିଏଲ୍ ଉଦ୍ଘାଟନୀ ଉସôବ ଶାହରୁଖ ଖାନଙ୍କ ଭାଷଣରୁ ଆରମ୍ଭ ହୋଇଥିଲା ଏବଂ ପରେ ବଲିଉଡ ଗାୟିକା ଶ୍ରେୟା ଘୋଷାଲ ସଙ୍ଗୀତ ପରିବେଷଣ କରିଥିଲେ । ଶ୍ରେୟା ତାଙ୍କ ସୁମଧୁର ସ୍ୱରରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଏହାପରେ ବଲିଉଡ ଅଭିନେତ୍ରୀ ଦିଶା ପାଟାନୀ ନିଜ ନୃତ୍ୟରେ ସମସ୍ତଙ୍କୁ ମନୋରଞ୍ଜନ କରିଥିଲେ । ପରେ ପଞ୍ଜାବୀ ଗାୟକ କରଣ ଔଜଲ କାର୍ଯ୍ୟକ୍ରମରେ ରଙ୍ଗ ଭରିଥିଲେ । ଶେଷରେ ଶାହରୁଖ ରିଙ୍କୁ ସିଂହ ଏବଂ ବିରାଟ କୋହଲିଙ୍କ ସହ ନାଚିଥିଲେ । ଡିଫେଣ୍ଡିଂ ଚାମ୍ପିଅନ କେକେଆର୍ ଅଧିନାୟକ ଅଜିଙ୍କ୍ୟ ରାହାଣେ ଏବଂ ଆର୍ସିବି ଅଧିନାୟକ ରଜତ ପାଟିଦାର ଆଇପିଏଲ୍ ଟ୍ରଫି ସହିତ ମଞ୍ଚକୁ ଆସିଥିଲେ । ଶାହରୁଖଙ୍କ ସହ ମଞ୍ଚ ଉପରେ ବିସିସିଆଇର ପ୍ରମୁଖ ଅଧିକାରୀ, ଦିଶା ପଟାନୀ, ଶ୍ରେୟା ଘୋଷାଲ, କରଣ ଔଜଲା, ରାହାଣେ ଏବଂ ପାଟିଦାର ଉପସ୍ଥିତ ଥିଲେ ।