କେନ୍ଦୁଝରକୁ ସମ୍ପ୍ରସାରିତ ହେବ ଶୂନ ଦୁର୍ଘଟଣା ଦିବସ
ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ, ଆରବିଜି ଲ୍ୟାବ୍ସ, ଆଇଆଇଟି ମାଡ୍ରାସ ସହଯୋଗରେ କେନ୍ଦୁଝର ଜିଲ୍ଲାରେ ଶୂନ୍ୟ ଦୁର୍ଘଟଣା ଦିବସ (ଜେଡଏଡି) ଅଭିଯାନ ଆରମ୍ଭ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ "ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ’ ଦୃଷ୍ଟିକୋଣ ସହିତ ସଂଯୁକ୍ତ ଏହି ପଦକ୍ଷେପ ଭୁବନେଶ୍ୱରରେ ପାଇଲଟ୍ ପ୍ରୋଜେକ୍ଟ ଭାବେ ଆରମ୍ଭ ହୋଇଥିଲା । ଭୁବନେଶ୍ୱରରେ ଶୂନ ଦୁର୍ଘଟଣା ଦିବସର ଚମକôାର ସଫଳତା ଯାହା ସଡ଼କ ଦୁର୍ଘଟଣାରେ ଏକ ଦୃଶ୍ୟମାନ ହ୍ରାସ ରେକର୍ଡ କରିଛି ଓ ସୁରକ୍ଷିତ ସଡ଼କ ଅଭ୍ୟାସ ଉପରେ ବ୍ୟାପକ ନାଗରିକ ସଚେତନତା ସୃଷ୍ଟି କରିପାରିଛି ।
କେନ୍ଦୁଝରରେ ଏହି ଅଭିଯାନ ୧୪ ଦିନ ଧରି ଚାଲିବ ଯାହା ଶିକ୍ଷା, ସଚେତନତା, ପ୍ରବର୍ତ୍ତନ ଓ ସମ୍ପ୍ରଦାୟ ଅଂଶଗ୍ରହଣକୁ ସମନ୍ୱିତ କରିବା ପାଇଁ ଡିଜାଇନ୍ କରାଯାଇଛି । କେଉଁଝର ଦୁର୍ଘଟଣା ପ୍ରବଣ ଜିଲ୍ଲା ହୋଇଥିବାରୁ ଋଣନୀତିକ ଭାବେ ବଛାଯାଇଛି । ଯାହା ସଡ଼କ ସୁରକ୍ଷା ପ୍ରତି ରାଜ୍ୟର ଗଭୀର ପ୍ରତିବଦ୍ଧତାର ପ୍ରତୀକ ।
ପରିବହନ କମିଶନର ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେଉଁଝର ଶୂନ ଦୁର୍ଘଟଣା ଦିବସ ପାଇଁ ରୋଡମ୍ୟାପ୍ ଚୂଡ଼ାନ୍ତ ହୋଇଥିଲା । ଆଇଆଇଟି ମାଡ୍ରାସ ଇଡିଏଆର ତଥ୍ୟ ଉପରେ ଆଧାରିତ ଦୁର୍ଘଟଣାର ଗମ୍ଭୀରତା, ଦୁର୍ଘଟଣାର ପିକ୍ ସମୟ, ଉଲ୍ଲଂଘନ ଧାରା ଓ ଯାନବାହାନ ବର୍ଗୀକରଣ ସମେତ ତଥ୍ୟ ଅନ୍ତର୍୍ଦୃଷ୍ଟି ଉପସ୍ଥାପନ କରିଥିଲା । ଜିଲ୍ଲାପାଳ ବିଶାଲ୍ ସିଂହଙ୍କ ସମେତ ପୁଲିସ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ,ବାଣିଜ୍ୟ ଓ ପରିବହନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅଭିଯାନ ଦୁର୍ଘଟଣା ହ୍ରାସ କରିବା ଏବଂ ଦୀର୍ଘକାଳୀନ ଆଚରଣଗତ ପରିବର୍ତ୍ତନ ଆଣିବା ପାଇଁ ଏକ ବହୁମୁଖୀ ପଦ୍ଧତି ଅବଲମ୍ବନ କରିବ । ମୁଖ୍ୟମନ୍ତ୍ରୀଙ୍କ ପରିବର୍ତ୍ତନକାରୀ ଦୃଷ୍ଟିକୋଣ ଓ ବିକଶିତ ଓଡ଼ିଶା ୨୦୪୭ର ଦୀର୍ଘକାଳୀନ ଲକ୍ଷ୍ୟ ଅଧୀନରେ ଓଡ଼ିଶା ଅଭିନବ ସଡ଼କ ସୁରକ୍ଷା ମଡେଲ ପାଇଁ ଏକ ଜାତୀୟ ମାନଦଣ୍ଡ ସ୍ଥାପନରେ ଅଗ୍ରସର ହେଉଛି ।