ଅବହେଳିତ ଅବସ୍ଥାରେ ସବ-ରେଜିଷ୍ଟ୍ରର ଅଫିସ


ାା ଗୋପରୁ ବରେନ ସେନାପତି ।ା

ଗୋପରେ ଥିବା ଉପ-ନିବନ୍ଧକ (ସବରେଜିଷ୍ଟ୍ରର) ଅଫିସ ତଥା ବିବାହ ପଞ୍ଜିକୃତ  ଅଧିକାରୀଙ୍କ କାର୍ଯ୍ୟାଳୟଟି ବର୍ତ୍ତମାନ ସମ୍ପୂର୍ଣ୍ଣ ଅବହେଳିତ ଅବସ୍ଥାରେ ରହିଛି । ଏହି କାର୍ଯ୍ୟାଳୟ୧୯୦୦ ମସିହାରେ ସ୍ଥାପିତ ହୋଇଥିଲା । ଏଠାରେ   ବ୍ରିଟିଶରଙ୍କ ଦ୍ୱାରା କର ବା ଟିକସ ଆଦାୟ ସହିତ ଅନ୍ୟାନ୍ୟ ବନେ୍ଦାବସ୍ତ କରିବା ନିମନ୍ତେ ଏହି କାଯ୍ୟଳୟର ସ୍ଥାପନା କରିଥିଲେ । ପୁରୀ ଜିଲ୍ଲାର ଗୋପ,  ନିମାପଡା,  କାକଟପୁର, ଅସ୍ତରଙ୍ଗ, କୋଣାର୍କ, ବାଲିଦୋକାନ, ବଳୀକପିଳେଶ୍ୱର, ଚଇତନାର  ପ୍ରାୟ ୫୦୦ରୁ ଉର୍ଦ୍ଧ ମୌଜାର ଲୋକେ ଏହି କାର୍ଯ୍ୟାଳୟ ଉପରେ ନିର୍ଭର କରୁଥିଲେ । କିନ୍ତୁ କାଳକ୍ରମେ ଏହା ସଙ୍କୁଚିତ ହୋଇ ୨୨୪ ମୌଜରେ ସୀମିତ ରହିଛି । ଏବେ ଏହାର ରକ୍ଷଣକ୍ଷବେକ୍ଷଣ ଅଭାବ ହେତୁ ବନ୍ୟଜନ୍ତୁଙ୍କ ଅଭୟାରଣ୍ୟର ଭ୍ରମ ସୃଷ୍ଟି କରୁଛି । ଏଠାରେ ମୁଖ୍ୟତଃ ଘରବାରୀ ଜମିର କ୍ରୟ ଓ ବିକ୍ରୟ, ବିବାହ ପଞ୍ଜିକରଣ,  ଦଲିଲ ପଞ୍ଜିକୃତ କରିବା ପାଇଁ ଇ-ଷ୍ଟାମ୍ପିଙ୍ଗର ବ୍ୟବସ୍ତା ମଧ୍ୟ ଉପଲବ୍ଧ  ରହିଛି । ବର୍ତ୍ତମାନ ମୁଖ୍ୟ ଛାତରୁ ପାଣି ଗଳିବା ସହିତ ଛାତ ଫାଟିକି ଆଁ କଲାଣି । ଯାହାଫଳରେ କି ଉକ୍ତ କାର୍ଯ୍ୟାଳୟ ଭିତରେ କର୍ମକର୍ତ୍ତା ମାନେ କାର୍ଯ୍ୟ କରିବାକୁ ସୁରକ୍ଷିତ ମନେକରୁ ନାହାନ୍ତି । ମଝିରେ ମଝିରେ ଜଙ୍ଗଲ ଭିତରୁ ସରୀସୃପଙ୍କ ଭୟ ସହିତ ବର୍ଷା ଦିନେ ଛାତରୁ ପାଣି ବୋହୁଛି । ଏହା ଦ୍ୱାରା ଅନେକ ପୁରୁଣା ଆବଶ୍ୟକୀୟ ଦଲିଲ ବା କାଗକପତ୍ର  ସବୁ ନଷ୍ଟ ହୋଇଗଲାଣି । ୧୯୮୭ ମସିହା ପୂର୍ବରୁ ଯେତେ ପ୍ରକାରର ଜରୁରୀ କାଗଜପତ୍ର ଥିଲା ତାହା ନଷ୍ଟ ହୋଇଯାଇଛି ବୋଲି ତକôାଳୀନ ଅଧିକାରୀ କହିଥିଲେ । ବର୍ତ୍ତମାନ  ଦାୟିତ୍ୱ ରେ ଥିବା ଅଧିକାରୀ କହିଛନ୍ତି ଯେ, ମୁଁ ଏଠାକୁ ଆସିଲାପରେ ଏ ସମ୍ପର୍କ ରେ  ଦୁଇ ଦୁଇଥର ଉପ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ଯାଇ ନିରାଶ ହୋଇ ଫେରିଛି । ତାଙ୍କ ପିଏଙ୍କୁ ସମସ୍ତ ସମସ୍ୟା ସମ୍ପର୍କରେ ଅବଗତ କରିଛି । ପ୍ରକାା ଯେ, ୨୦୨୨ ମସିହାରୁ ଉକ୍ତ କାର୍ଯ୍ୟାଳୟର ନବୀକରଣ ସହିତ ନୂତନ ଗୃହ ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର ହୋଇଥିବା ସତ୍ତ୍ୱେ ତାହା କାର୍ଯ୍ୟକାରୀ ହୋ ଇପାରିନାହିଁ । ଯାହାଫଳରେ କି ମଞ୍ଜୁର ହୋଇଥିବା ଅର୍ଥ ଫେରିଗଲା ପଛେ ନୂତନ ଗ୍ରହ ନିର୍ମାଣତ ଦୂରର କଥା କାର୍ଯ୍ୟାଳୟ ଟି ମରାମତି ହୋଇପାରିଲାନାହିଁ । ରାଜ୍ୟ ସରକାରଙ୍କ ବିଭାଗୀୟ ମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ବରିଷ୍ଠ ମୁଖ୍ୟ ଅଧିକାରୀ ତୁରନ୍ତ ଦୁଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଗୋପ ବ୍ଲକର ୩୧ଟି ପଞ୍ଚାୟତ ପକ୍ଷରୁ ଗୋପ ସୁରକ୍ଷା ମଞ୍ଚର ସଭାପତି ସଚ୍ଚିଦାନନ୍ଦ ଗୋଛାୟତ  ଦାବି କରିଛନ୍ତି ।