ଜିଲ୍ଲାସ୍ତରୀୟ ପୁରୁଷ ବନ୍ଧ୍ୟାକରଣ ପକ୍ଷ ଉଦ୍ଘାଟିତ
ରାଜକନିକା: ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସଭାଗୃହରେ ଆଜି ଜିଲ୍ଲାସ୍ତରୀୟ ପୁରୁଷ ବନ୍ଧ୍ୟାକରଣ ପକ୍ଷ ବିପିଏମ ବିଶ୍ୱରଞ୍ଜନ ଜେନାଙ୍କ ସଂଯୋଜନାରେ ଉଦ୍ଘାଟିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରମୋଦ କୁମାର ପ୍ରହରାଜ ଯୋଗ ଦେଇଥିଲେ । ଅନ୍ୟତମ ଅତିଥିଭାବେ ଡାକ୍ତର ସଚ୍ଚିତାନନ୍ଦ ମିଶ୍ର, ଅଡିପିଏଚ୍ ଓ ରୂପେନ କୁମାର ଶତପଥୀ, ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବାଦଲ କୁମାର ମହାନ୍ତି, ପିଏଚ୍ଇ ଓ ତୃପ୍ତି ରାଉତ ଉପସ୍ଥିତ ରହି ଆଶାକର୍ମୀ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ । ସୁଶାନ୍ତ କୁମାର ସାହୁ, ବିଡିଏମ ସୌରଭ କୁମାର ରାଉତ, ଏମ୍ଆର୍ ଶୁଭ୍ରଜ୍ୟୋତି ବେହେରା ଓ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।