ଗୋପବନ୍ଧୁ ପୂଜା କମିଟି ପକ୍ଷରୁ ରାଧାକୃଷ୍ଣ ପୂଜା

 ରାଜକନିକା : ରାଜକନିକା ବ୍ଲକ ହାଟସାହି ପଞ୍ଚାୟତର ଚୌଦମାଣୀଆ ଗାଁରେ ଗୋପବନ୍ଧୁ ପୂଜା କମିଟି ପକ୍ଷରୁ ୧୦ ଦିନ ଧରି ଧୂମଧାମରେ ରାଧାକୃଷ୍ଣ ପୂଜା ପାଳିତ ହୋଇଯାଇଛି । ଏହା ଗତ ମାର୍ଚ୍ଚ ୧୪ ଶୁକ୍ରବାରରୁ ଆରମ୍ଭ ହୋଇ ୨୩ ତାରିଖ ସୋମବାର ପର୍ଯ୍ୟନ୍ତ ହୋଇଥିଲା  । ପ୍ରଥମ ଦିନରେ କଳାଶଯାତ୍ରା ଓ ଘଟସ୍ଥପନ, ଶନିବାର ଦେବାପୂଜା ଓ ଭଜନ ସନ୍ଧ୍ୟା, ରବିବାର ଗୋମାତା ପୂଜା ସହିତ ଉପେନ୍ଦ୍ର ପ୍ରସାଦ କଳାନିକେତନ ଦ୍ୱାରା ନୃତ୍ୟ ପରିବେଷଣ, ସୋମବାର ନାମସଂର୍କୀତ୍ତନ, ମଙ୍ଗଳବାର ପୂର୍ଣ୍ଣାହୂତି ଓ ପ୍ରସାଦ ସେବନ, ୨୩ ଓ ୨୪ ତାରିଖ ଡ୍ରାମା ହୋଇଥିଲା  । ଉଦ୍ଘାଟନୀ ଉସôବରେ ଅବସର ପ୍ରାପ୍ତ ଶିକ୍ଷକ ନଛେନ୍ଦ୍ର ବଳଙ୍କ ସଭାପତିତ୍ୱ କରି ଥିବାବେଳେ ଏଥିରେ ମୁଖ୍ୟଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ପରୀକ୍ଷିତ ପଢିହାରୀ, ସମ୍ମାନୀତ ଅଥିତି ଭାବେ ହାଟସାହି ପଞ୍ଚାୟତର ସମିତି ସଭ୍ୟ ସଞ୍ଜୟ ବେଉରିଆ, କମଳାକାନ୍ତ ରାଉତ, ନିରଞ୍ଜନ ବେହେରା ଉପସ୍ଥିତ ରହି ନାଟକରେ ଅଭିନୟ କରିଥିବା କୃତି କଳାକାର ଯଥା ଉଦେଶି ଅଭିନେତା ଭାବେ ସୁଜିତ କୁମାର ନାୟକ, ପ୍ରକାଶ କୁମାର ନାୟକ ଓ ବିଶାଳ ବାରିକିବଙ୍କୁ ଚୟନ କରିଥିବା ବେଳେ ସେହିପରି ସର୍ବଶ୍ରେଷ୍ଠ ଅଭିନେତା ଭାବେ ଅଶୋକ କୁମାର ଜେନା ଓ ନିରଞ୍ଜନ ବେହେରାଙ୍କୁ ଚୟନ କରାଯାଇ ସେମାଙ୍କୁ ସମ୍ବର୍ଦ୍ଧିତ କରାଯଇଥିଲା । ପରିଶେଷରେ ପୂଜା କମିଟିର ସଭାପତି ପ୍ରଭାତ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ  ।