ନାରୀ ନିର୍ଯାତନା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ବେତନଟୀ : ନାରୀ ସୁରକ୍ଷା ନେଇ ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଛାତ୍ର ଓ ଯୁବ ବିଜେଡିର ପ୍ରତିବାଦ ସହିତ ଦାବିପତ୍ର ବୁଧବାର ଦିନ ଏସଡିପିଓଙ୍କୁ ପ୍ରଦାନ କରାଯାଇଛି । ଅଭିଯୋଗ ଅନୁସାରେ ଗାଁଠୁ ସହର, ବେଳାଭୂମିରୁ କଲେଜ କ୍ୟାମ୍ପସ୍ ସବୁଠି ଛାତ୍ରୀ ଓ ମହିଳା ଅସୁରକ୍ଷିତ । ଏହି ନିର୍ଯାତନା ଓ ଅପରାଧ ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ଡିଜିଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ଛାତ୍ର ଓ ଯୁବ ବିଜେଡି ଓ କଲେଜ ଛାତ୍ର ଛାତ୍ରୀଙ୍କ ତରଫରୁ ବେତନଟୀ ଏସଡିପିଓ ମିନତୀ ବିଶ୍ୱାଳଙ୍କ ମାଧ୍ୟରେ ପୁଲିସ ଡିଜିଙ୍କୁ ପ୍ରଦାନ କରାଯାଇଛି । ଦାବିପତ୍ର ପ୍ରଦାନ ସମୟରେ ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ସଭାପତି ସୁନିଲ୍ ନାୟକ, ଜିଲ୍ଲା ନେତୃବୃନ୍ଦ ଦେବାଶିଷ ମହାନ୍ତି, ଜିତେନ୍ଦ୍ର ମହାନ୍ତି, ନୁତନ ବ୍ଲକ ସଭାପତି ରାଜୀବ ସେନାପତି, ୩୬ ନମ୍ବର ଜିଲ୍ଲା ପରିଷଦ ଧାନୀ କିସ୍କୁ, ୟୁବ ସଂଗଠକ ଲଲାଟେନ୍ଦୁ ବେହେରା, ରାଜନ୍ ଦାସ, ଛାତ୍ରନେତା ମନୀଷ ଗିରି, ଚିତ୍ତେଶ୍ୱର୍ ବେହେରା, ଦୀପକ ସାହୁ, ଜୀବନ ଦାସ, ଅମର ପଞ୍ଝା, ପବିତ୍ର ପୃଷ୍ଟି, କଲେଜ୍ ଛାତ୍ର କଲମ ହେମ୍ବ୍ରମ, ଆକାଶ ବାରିକ, ରାକେଶ ଧଳ, ସଦାଶିବ ସିଂ, ଶିବୁ ସରେନ୍, ସୁମନ କିଷ୍କୁ, ସୋମନାଥ ନାୟକ, ମଧୁସୁଦନ ସିଂ , ସଞ୍ଜୟ ହାଁସଦାଙ୍କ ସମେତ ବେତନଟୀ ମହାବିଦ୍ୟାଳୟ, ବୈଶିଙ୍ଗା ମହାବିଦ୍ୟାଳୟ, କେଶିପୁର ଉଚ୍ଚ ମାଧ୍ୟମିକ, ରାଗ୍ଧା ମହାବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।